ଏଣିକି Amazonରେ କେବଳ ସପିଂ ବ୍ୟତୀତ ଟ୍ରେନ ଟିକେଟ କରିପାରିବେ ବୁକିଂ, କ୍ୟାସବ୍ୟାକ ସହିତ ପାଇବେ ଆକର୍ଷଣୀୟ ଅଫର

ଆମାଜନରେ ସପିଂ କରିବା ବ୍ୟତୀତ ଏବେ ଆପଣ ଟ୍ରେନ ଟିକେଟ ମଧ୍ୟ ବୁକିଂ କରିପାରିବେ। Amazon  ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ (IRCTC) ସହିତ ଟିକେଟ ବୁକିଂକୁ ନେଇ ଚୁକ୍ତିନାମା କରିଛି।

ଟିକେଟ ବୁକିଂରେ ସର୍ଭିସ ଚାର୍ଜ ଛାଡ

ପ୍ରାରମ୍ଭିକରେ ଆମାଜନ ଟିକେଟ ବୁକିଂରେ ସର୍ଭିସ ଚାର୍ଜ ଏବଂ ପେମେଣ୍ଟ ଗେଟେଓ୍ଵ ଟ୍ରାନଜାକସନ୍‌ ଚାର୍ଜକୁ ଛାଡ କରାଯାଇଛି। ରେଳ ଟିକେଟ ବୁକିଂ ସହିତ ଆମାଜନ ଅନ୍ୟ ଟ୍ରାଭେଲ କ୍ୟାଟଗରୀ ପାଇଁ ଏକ ପେଜ୍‌ ଖୋଲିଛି। ଯେଉଁଠି କଷ୍ଟମର ଫ୍ଲାଇଟ୍ସ, ବସ ଏବଂ ଟ୍ରେନ ଟିକେଟ୍‌ ବୁକ କରିପାରିବେ।

ଟିକେଟ ବୁକିଂରେ ପାଇବେ କ୍ୟାସବ୍ୟାକ

ଆମାଜନ ପ୍ରଥମ ଥର ଟ୍ରେନ ଟିକେଟ ବୁକ କରୁଥିବା ଲୋକଙ୍କୁ କ୍ୟାସବ୍ୟାକ ଅଫର ମଧ୍ୟ କରୁଛି। ଏହାର ଆପରେ ଟିକେଟ ବୁକିଂ ବ୍ୟତୀତ ଗ୍ରାହକ ସମସ୍ତ ଟ୍ରେନରେ ଥିବା ସିଟର ଉପଲବ୍ଧତା, କୋଟାକୁ ମଧ୍ୟ ଦେଖିପାରିବେ। ଟିକେଟ ବୁକିଙ୍ଗ ପରେ ଏହାର ପେମେଣ୍ଟ ମଧ୍ୟ ଆପଣ ଆମାଜନ ପେ ରୁ କରିପାରିବେ। ଏଥିରେ ଯାତ୍ରୀଙ୍କୁ କ୍ୟାନସଲେସନ କିମ୍ବା ବୁକିଂ ଫେଲ ହେବା ଦ୍ୱାରା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.