Below header

ଲକ୍ ଡାଉନରେ ପୋଲିସକୁ ଚକମା ଦେବାପାଇଁ ସାଇକେଲ ଧରି ସମୁଦ୍ର ପାର କରୁଥିଲେ ବ୍ୟକ୍ତି, ଆଉ ତାପରେ…

ସାଧାରଣତଃ ସମସ୍ତେ ଜାଣିଥିବେ ଯେ ଇଟାଲିରେ ବର୍ତ୍ତମାନ୍ କରୋନା ଯୋଗୁଁ ମୃତ୍ୟୁର ତାଣ୍ଡବ ଚାଲିଛି । ତେବେ ଏହାର ସଂକ୍ରମଣକୁ ରୋକିବାରେ ଅସଫଳ ହୋଇ ସରକାର ବାଧ୍ୟ ହୋଇ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ତେବେ ଏତେସବୁ ପରେ ମଧ୍ଯ କିଛି ଲୋକ ଏପର୍ଯ୍ଯନ୍ତ ନିଜ ହରକତରୁ ବାଦ୍ ପଡିନାହାନ୍ତି । ଇଟାଲୀରେ କିଛି ଏପରି ଘଟଣା ଘଟିଛି ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ଲୋକ ଲକ୍ ଡାଉନ୍ ଜରିମାନାରୁ ବଞ୍ଚିବା ପାଇଁ ସାଇକଲରେ ସମୁଦ୍ର ପାର କରି ପୋଲିସକୁ ଚକମା ଦେବାପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଏହାର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିଛି ।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଲକ୍ ଡାଉନ୍ ମଧ୍ୟରେ ଇଟାଲିର ଦକ୍ଷୀଣ ଅପୁଲିୟା ନିକଟସ୍ଥ ଓଟରାଣ୍ଟୋ ସମୁଦ୍ରକୁ ସାଇକେଲ ଧରି ପାର କରୁଥିଲେ ଯେଉଁ ସମୟରେ ପୋଲିସ ତାଙ୍କୁ ଦେଖି ଦେଇଥିଲେ । ଏହାପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ରହିବା ପାଇଁ ପାଟିକରି କହିଥିଲେ କିନ୍ତୁ ଏହାଶୁଣି ବ୍ୟକ୍ତି ଜଣକ ସାଇକଲ୍ ଉଠାଇ ଜୋରରେ ଦୌଡିବାରେ ଲାଗିଲେ । ପୋଲିସ ତାଙ୍କୁ ସମୁଦ୍ରରୁ ବାହାରକୁ ଆସିବା ପାଇଁ କହିଥିଲେ ମଧ୍ଯ ନଶୁଣି ଆହୁରି ଜୋରରେ ଦୌଡ଼ି ବାକୁ ଲାଗୁଥିଲେ । ବ୍ୟକ୍ତିଙ୍କୁ ଧରିବା ପାଇଁ ଅସଫଳ ହୋଇ ଶେଷରେ ପୋଲିସ କଡା ପଦକ୍ଷେପ ନେଇଥିଲା ଏବଂ ଅନେକ ପରିଶ୍ରମ ପରେ ପୋଲିସ ଏହି ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ଉପରେ ୩୫୦ ପାଉଣ୍ଡ (ପାଖାପାଖି ୩୨,୪୯୪ ଟଙ୍କା) ର ଜରିମାନା ଲଗାଯାଇଛି । ସୁଚନା ଅନୁଯାୟୀ ଇଟାଲି ସରକାର ଲକ୍ ଡାଉନ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.