Below header

ଆମେରିକାରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ପାଖାପାଖି ୨ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ଆମେରିକା: ଆମେରିକାରେ ରେକର୍ଡ କଲା କରୋନା । ଗୋଟିଏ ଦିନରେ ପାଖାପାଖି ୨ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୦୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ଦେଖି ଫାଇଜର ଟିକା ଶୀଘ୍ର ଦେବାକୁ ଯୋଜନା କରୁଛି କମ୍ପାନୀ । ଡିସେମ୍ବର ସୁଦ୍ଧା ମିଳିବ ଫାଇଜର ଭ୍ୟାକସିନ । ଟିକା ନିର୍ମାତା ଫାଇଜର ଓ ବାୟୋନଟେକ୍‌ ଜରୁରୀ ବ୍ୟବହାର ନେଇ ଅନୁମତି ମାଗିଛି । ଏନେଇ ଆମେରିକାର ଡ୍ରଗସ ନିୟାମକ ସଂସ୍ଥା ଫୁଡ୍‌ ଆଣ୍ଡା ଡ୍ରଗ୍‌ ଆଡମିନିଷ୍ଟ୍ରେସନ FDAରେ ଆବେଦନ କରଛି କଂପାନୀ । ଯଦି ଅନୁମତି ମିଳିଯାଏ ତେବେ ଆମେରିକାବାସୀ ଡିସେମ୍ବର ସୁଦ୍ଧା ଟିକା ପାଇଯିବେ ।

ଆମେରିକାର ପରେ, ଅଷ୍ଟ୍ରେଲିଆ, କାନାଡା, ୟୁରୋପ, ଜାପାନା ଏବଂ ୟୁନାଇଟେଡ କିଙ୍ଗଡମ ସହ ବିଶ୍ୱର ଅନ୍ୟ ନିୟାମକ ସଂସ୍ଥାରେ ଆବେଦନ କରିବ ଫାଇଜର । ଫାଇଜର ବର୍ଷ ଶେଷ ସୁଦ୍ଧା ୫କୋଟି ଟିକା ଉତ୍ପାଦନ କରିବ । ୨୦୨୧ ଶେଷ ସୁଦ୍ଧା ୧୩୦ କୋଟି ଡୋଜ୍‌ ଉତ୍ପାଦନ କରିବ ବୋଲି ଅନୁମାନ କରାଯାଉଛି ।

injectionଜରୁରୀ ଅନୁମତି ମିଳିବା କ୍ଷଣି ଟିକା ଆବଣ୍ଟନ ପାଇଁ ପ୍ରସ୍ତୁତ ଅଛି ଫାଇଜର । ତେଣୁ ଡିସେମ୍ବର ସୁଦ୍ଧା ଟିକା ମିଳିବ ବୋଲି କୁହାଯାଉଛି । ଟିକା ବ୍ୟବହାରରେ ଜରୁରୀ ଅନୁମତି ଗୁରୁତ୍ୱପୂର୍ଣ୍ଣ । ଏହାଫଳରେ କୋଭିଡ୍‌ ଯୋଦ୍ଧା ଓ ହାଇରିସ୍କ ଗ୍ରୁପରେ ଥିବା ବ୍ୟକ୍ତି ବିଶେଷ ତୁରନ୍ତ ଏହାର ଫାଇଦା ପାଇ ପାରିବେ । ଫାଇଜର ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହି ଟିକା ୯୫ ପ୍ରତିଶତ ସଫଳ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.