Below header

ଆମେରିକା : ‘ଦ ନ୍ୟୁଓ୍ଵର୍କ ଟାଇମ୍ସ’ ତା’ର ପ୍ରଥମ ପୃଷ୍ଟାରେ ଛାପିଲା ଲକ୍ଷେ କରୋନା ମୃତକଙ୍କ ନାମ, ଏହା ଥିଲା ଛାପିବାର ଉଦ୍ଦେଶ୍ୟ

ନ୍ୟୁଓ୍ଵର୍କ : ଆମେରିକାରେ ଲୋକଙ୍କୁ କରୋନା ଭାଇରସ୍‌ର ଗମ୍ଭୀରତା ବୁଝାଇବା ସହ ସଚେନ କରିବା ପାଇଁ ଖବରକାଗଜର ପ୍ରଥମ ପୃଷ୍ଟାରେ କରୋନା ମୃତକଙ୍କ ନାମ ପ୍ରକାଶ ପାଇଛି ।

ଆମେରିକାର ମୁଖ୍ୟ ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ ତା’ର ପ୍ରଥମ ପୃଷ୍ଟାରେ କୈାଣସି ଖବର, ଗ୍ରାଫିକ୍ସ କିମ୍ବା ବିଜ୍ଞାପନ ନଛାପି କେବଳ ଦେଶର କରୋନା ମୃତକଙ୍କ ନାମ ଛାପିଛି ।

ନ୍ୟୁଓ୍ଵର୍କ ଟାଇମ୍ସ ତା‘ର ଶୀର୍ଷକରେ ଲେଖିଛି ଯେ ‘ୟୁ ଏସ୍‌ ଡେଥ୍‌ ନିଅର ୧୦୦,୦୦୦, ଆନ୍‌ ଇନ୍‌କାଲ୍‌କୁଲେବଲ୍‌ ଲସ୍‌’ । ଅର୍ଥାତ୍‌ ‘ଆମେରିକାରେ ପାଖାପାଖି ୧ ଲକ୍ଷ ମୃତ୍ୟୁ, ଏକ ବେହିସାବ କ୍ଷତି ।’

Cremation

ନ୍ୟୁଓର୍କ ଟାଇମ୍ସ ଦେଶରେ କରୋନାର ଏହି ଭୟାବହ ସ୍ଥିତିକୁ ଦର୍ଶାଇବା ପାଇଁ ଖବରକାଗଜର ପ୍ରଥମ ପୃଷ୍ଟାରେ ନେବାକୁ ସ୍ଥିର କରିଥିଲେ । ଖବରକାଗଜର ପ୍ରଥମ ପୃଷ୍ଟାରେ କ’ଣ ପାଇଁ ନାମ ପ୍ରକାଶିତ କଲେ ବୋଲି ଏହି ଉଦ୍ଦେଶ୍ୟରେ ଏକ ଲେଖା ମଧ୍ୟ ‘ଟାଇମ୍ସ ଇନ୍‌ସାଇଡର୍‌’ରେ ପ୍ରକାଶ କରିଛନ୍ତି ।

ଏତେ ଜଣ ଲୋକଙ୍କର ମୃତ୍ୟୁକୁ ସମ୍ମାନ ଦେବା ପାଇଁ ଏକ ତରିକାର ଆବଶ୍ୟକତା ଥିଲା । ଏତେଗୁଡ଼ିଏ ଲୋକଙ୍କ ଡାଟା ଦେବା ଦ୍ୱାରା କାହାକୁ ହୁଏତ ଜଣା ପଡ଼ି ନପାରେ ଯେ ଏମାନେ କିଏ ଥିଲେ । ହେଲେ ଏମାନେ ଆମ ପାଇଁ କ’ଣ ଥିଲେ ବୋଲି ହୁଏତ ମନେ ପଡ଼ିବେ ।

ଏହି ଲୋକଙ୍କ ମୃତ୍ୟୁ କେବଳ ଆମେରିକାର ଲୋକଙ୍କୁ କରୋନା ଗମ୍ଭୀରତା ସମ୍ପର୍କରେ ସଚେତନ କରିବ ନାହିଁ ଏହା ସବୁଦିନ ପାଇଁ ଆମେରିକାକୁ ଏଭଳି ମୂହୁର୍ତ୍ତକୁ ମନେ ପକାଇବାକୁ ବାଧ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.