କେବଳ ଗୋଟିଏ କ୍ଲିକ୍ରେ ଲକ୍ ହୋଇଯିବ ଫେସ୍ବୁକ୍ ପ୍ରୋଫାଇଲ୍, ଜାଣନ୍ତୁ କେମିତି

ଭାରତୀୟ ୟୁଜରଙ୍କ ପାଇଁ ଫେସ୍ବୁକ୍ ଏକ ନୂଆ ଫିଚର ଲଞ୍ଚ୍ କରିଛି। ଏହି ନୂଆ ଫିଚରରେ ଏବେ କେବଳ ଗୋଟିଏ କ୍ଲିକ୍ରେ ଆପଣ ପ୍ରୋଫାଇଲ ଲକ୍ କରିପାରିବେ। ଏହି ନୂଆ ଫିଚର ବ୍ୟବହାର କରି ଆପଣ ନିଜ ପ୍ରୋଫାଇଲକୁ ଅପରିଚିତ ଲୋକଙ୍କ ଠାରୁ ସୁରକ୍ଷିତ ରଖିପାରିବେ।
ଏହି ଉପାୟରେ କରନ୍ତୁ ଲକ୍:
- ପ୍ରଥମେ ନିଜ ପ୍ରୋଫାଇଲରେ ଲେଖାଯାଇଥିବା ନାଁ ତଳକୁ ଯାଆନ୍ତୁ।
- ପ୍ରୋଫାଇଲ୍ ଲକ୍ ବଟନ୍କୁ କ୍ଲିକ୍ କରନ୍ତୁ।
- ଏବେ ଆପଣଙ୍କ ପ୍ରୋଫାଇଲ ଲକ୍ ହୋଇଯିବ।
ଏହି ଫିଚରର ଫାଇଦା:
ଏହି ନୂଆ ଫିଚର ଆପଣଙ୍କ ପ୍ରୋଫାଇଲ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ। ଯେଉଁ ମହିଳାଙ୍କୁ ଫେସ୍ବୁକ୍ରେ କେହି ହଇରାଣ କରୁଥିବେ ସେମାନେ ଏହି ସୁବିଧା ଦ୍ୱାରା ଲାଭବାନ ହୋଇପାରିବେ। ଥରେ ଫେସ୍ବୁକ୍ ଲକ୍ କରିଦେଲେ ଅଜଣା ଲୋକ ନା ଆପଣଙ୍କ ପ୍ରୋଫାଇଲ ଫଟୋକୁ ଜୁମ୍ କରିପାରିବ ନା ଡାଉନ୍ଲୋଡ୍। ପ୍ରୋଫାଇଲ ଫଟୋ ବ୍ୟତୀତ ତାଙ୍କୁ ଆଉ କୌଣସି ଫଟୋ ଦେଖାଇବ ନାହିଁ। ଖାସ୍ କରି ଅପରାଧ ରୋକିବା ପାଇଁ ଫେସ୍ବୁକ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି।