Below header

କାଲିଠୁ ଚାଲିବା କଥା ହେଲେ ଅଟୋବାଲା କହିଲେ ଆମକୁ ପ୍ୟାକେଜ୍ ଦିଅ ନହେଲେ ଚଳିବୁ କେମିତି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲି ଠାରୁ ରାଜ୍ୟରେ ସବୁ ଯାନବାହନ ଚଳାଚଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେହିପରି ସବୁଠାରେ ଅଟୋରିକ୍ସା ମଧ୍ୟ ଚଳାଚଳ କରିବ । ପ୍ରାୟ ଦୁଇ ମାସ ହେବ ରାଜଧାନୀର ଲାଇଫ୍ ଲାଇନ୍ କୁହାଯାଇଥିବା ଅଟୋସେବା ଠପ୍ ହୋଇ ଯାଇଥିଲା । ମାଳ ମାଳ ହୋଇ ବୁଲୁଥିବା କଳା, ହଳଦିଆ, ସବୁଜ ଏମିତି କେତେ ରଙ୍ଗର ଅଟୋ ରାଜଧାନୀ ରାସ୍ତାରୁ ଉଭାନ୍ ହୋଇଯାଇଥିଲେ । ଏସବୁ କାଲିଠାରୁ ଚାଲିବା ଆରମ୍ଭ କରିବ । ହେଲେ ଅଟୋ ଚାଳକମାନେ ଅଡୁଆରେ ପଡ଼ି ଯାଇଛନ୍ତି ।

ସରକାରଙ୍କ ନିୟମ ସେମାନଙ୍କୁ ଅସୁବିଧାରେ ପକାଇ ଦେଇଛି । ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ଅଟୋରେ ମାତ୍ର ଦୁଇଜଣ ଯାଇ ପାରିବେ । ଏଭଳି ଭାବେ ଯାତ୍ରୀ ନେଲେ ତେଲ ପଇସା ବି ଉଠିବ ନାହିଁ । ତେଣୁ ଦୁଇ ମାସ ହେଲା ଖାଲି ବସିଥିବା ଅଟୋ ଚଳକ ଚଳିବ କେମିତି ? ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଦରକାର । ନଚେତ ଅଟୋ ଚଳାଇବା ସମ୍ଭବ ନୁହେଁ ବୋଲି ଅଟୋ ଚାଳକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.