ଭଦ୍ରକ: ବିପତ୍ତି ସମୟରେ ଗୁହାରୀ ଶୁଣୁନି ପ୍ରଶାସନ, ତିହିଡି ବାମନବିନ୍ଧା ପଞ୍ଚାୟତର କିଛି ହିତାଧିକାରୀଙ୍କୁ ମିଳୁନି ରାସନ

ଚାନ୍ଦବାଲି(କେନ୍ୟୁଜ୍): ଲକ ଡାଉନ ସମୟରେ ଯେପରି କେହି ଭୋକିଲା ରହିବେନାହି ସେଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ରାସନକାର୍ଡ ହିତାଧିକାରୀଙ୍କୁ ରିଲିଫ ଆକାରରେ ଚାଉଳ ଓ ହରଡ ପ୍ରଦାନ କରୁଛନ୍ତି ।ଏପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବାମନବିନ୍ଧା ପଞ୍ଚାୟତର କିଛି ହିତାଧିକାରୀଙ୍କୁ ରିଲିଫ ଆକାରରେ ମିଳୁଥିବା ଚାଉଳ ଓ ହରଡ ମିଳିନଥିବା ଅଭିଯୋଗ ଆସିଛି  । ଏହି ପଞ୍ଚାୟତର ଖେଦରପୁର,କାନପୁର ଗାଁ ର ପାଖାପାଖି ୨୨ଜଣ ହିତାଧୀକାରୀ ଚାଉଳ ଓ ହରଡ ପାଇ ନଥିବା ଅଭିଯୋଗ କରିଛନ୍ତି ।

ବାରମ୍ବାର ଚାଉଳ ଓ ହରଡ ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ଯାଇଛନ୍ତି ହେଲେ କାଲି କି ଆସ ଉତ୍ତର ପାଇ ନିରାଶ ହୋଇ ଖାଲି ହାତରେ ହିତାଧୀକାରୀମାନେ ଫେରୁଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ହିତାଧୀକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ତେବେ ଏ ବାବଦରେ ଫୋନ ଯୋଗେ ଜିଲ୍ଲାପାଳ, ବିଡିଓ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ବି ମିଳିପାରିନାହି ଚାଉଳ ଓ ହରଡ ।

ଏମିତି କି ସ୍ଥାନୀୟ ସରପଞ୍ଚକୁ ମଧ୍ୟ ଏବାବଦରେ ଅଭିଯୋଗ କଲାପରେ ବି କିଛି ସୁଫଳ ମିଳିପାରିନଥିବା ଅଭିଯୋଗ କରିଛନ୍ତି ହିତାଧୀକାରୀ । ତେବେ ଏ ବାବଦରେ ମଧ୍ୟ ହିତାଧୀକାରୀ ପିରାହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଏ ବାବଦରେ ସ୍ଥାନୀୟ ସରପଞ୍ଚ କୁହନ୍ତି କେହି ପଞ୍ଚାୟତ କୁ ରାସନପାଇଁ ଆସିନାହାଁନ୍ତି କେବଳ ମିଛ ରାଜନୀତି କରୁଛନ୍ତି କିଛି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.