ପୂର୍ବରୁ କେବେ ଏଭଳି ଜୀବ ଦେଖିଛନ୍ତି ! ଖୁବ୍‌ ଭାଇରାଲ ହେଉଛି ଏହି ଅଦ୍ଭୁତ ଜନ୍ତୁଙ୍କ ଭିଡିଓ, ଦେଖନ୍ତୁ ଭିଜୁଆଲ

ସୋସିଆଲ ମିଡିଆରେ ପ୍ରାୟତଃ ଜୀବଜନ୍ତୁଙ୍କର ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେହିଭଳି ଏକ ଜିରାଫ ଭଳି ଦିଶୁଥିବା ଜୀବର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଥିବା ଜୀବକୁ ଗେନେରୁକ୍ସ ବୋଲି କୁହାଯାଏ। ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ପରବିନ୍‌ କାସବାନ୍‌ ନିକଟରେ ସୋସିଆଲ ମିଡିଆରେ ଗେନେରୁକ୍ସର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦୁଇଟି ଗେନେରୁକ୍ସ ଜିରାଫ ଭଳି ବେକ ବଢ଼ାଇ ଗଛରୁ ପତ୍ର ଖାଉଥିବା ଦେଖାଯାଇଛି।

ଭିଡିଓ ସେୟାର କରି ପରବିନ୍‌ କ୍ୟାପସନ୍‌ରେ ଲେଖିଛନ୍ତି ଏ ଦୁହେଁ କ୍ୟୁଟ୍‌ ଗେନେରୁକ୍ସ। ଉଭୟେ ଡେଟ୍‌ରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଅଣ୍ଡିଆ ଗେନେରୁକ୍ସ ନିଜ ପାଟନରକୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରୁଛି। ଲୋକମାନେ ଏହି ପୋଷ୍ଟରେ ନିଜ ମତାମତ ଦେଉଥିବା ଦେଖାଯାଇଛି।

What are gerenuks? Watch this viral video for the answer ...

ଜଣେ ୟୁଜର ଲେଖିଛନ୍ତି ଏହି ଖୁବ୍‌ ସୁନ୍ଦର ଭିଡିଓ ପାଇଁ ଧନ୍ୟବାଦ। ମୁଁ କେବେ ବି ଏହି ଜନ୍ତୁ ବିଷୟରେ ଶୁଣିନଥିଲି କି ଦେଖିନଥିଲି। ଏଣୁ ଏହି ସୁନ୍ଦର ଜୀବ ବିଷୟରେ ସୂଚନା ଦେଇଥିବାରୁ ଧନ୍ୟବାଦ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏମାନଙ୍କ ଉଚ୍ଚତା ଏତେ ବଡ଼, କିନ୍ତୁ ଦେଖିବାକୁ ଖୁବ୍‌ ସୁନ୍ଦର। ଆଉ ଜଣେ ୟୁଜର ଲେଖିଛନ୍ତି ଏକଦା ଏମାନେ ଆଫ୍ରିକାର ସିଗ୍ନେଚର ଜୀବଜନ୍ତୁ ଥିଲେ, କିନ୍ତୁ ଏବେ ଦେଖିବାକୁ ମିଳୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.