ଏମାନେ ହେଉଛନ୍ତି ବିଶ୍ୱର ଟପ୍‌-୧୦ ଧନୀ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ମୁକେଶ ଅମ୍ବାନୀ

କରୋନା ମହାମାରୀ ମଧ୍ୟରେ ସାରା ଦୁନିଆରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ କେତେକ ବଡ଼ ବଡ଼ କମ୍ପାନୀ କିନ୍ତୁ କାମ ବନ୍ଦ କରିନାହାନ୍ତି। ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ସେମାନେ ଅବିରତ ଚେଷ୍ଟା ଜାରି ରଖିଛନ୍ତି। ବେପାର ଏତେଟା ଭଲ ହୋଇନଥିଲେ ମଧ୍ୟ ଧନୀ ତାଲିକାରେ ସେମାନେ ନିଜକୁ ରଖିବାରେ ସମର୍ଥ ହୋଇଛନ୍ତି। ଖାସ୍‌ କରି ଆମାଜନ୍‌ ଲକ୍‌ଡାଉନ୍‌ ସମୟରେ ବ୍ୟବସାୟ ଚାଲୁ ରଖିଥିଲା। ଏହି କାରଣରୁ ଏବେ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌। ତେବେ ଆସନ୍ତୁ ଜାଣିବା ବିଶ୍ୱର ଟପ୍‌ ୧୦ ଧନୀଙ୍କ ମଧ୍ୟରେ କିଏ କିଏ ଅଛନ୍ତି…

Decoding the Jeff Bezos phone hack: What the rest of us can learn ...

ଦୁନିଆର ସବୁଠୁ ଧନୀବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ ନାଁ ଜେଫ୍‌ ବେଜୋସ୍‌ଙ୍କର ରହିଛି। ଆମାଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୪୦ ବିଲିୟନ୍‌ ଡଲାର।

Luxury Goods Titan Bernard Arnault Becomes World's Third $100 ...

୧୦୭ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଲୁଇସ ଭୁଟନ୍‌ ମାଲଟାୟରର ମାଲିକ ବର୍ଣ୍ଣାଡ ଅରନାଲ୍ଟ। ସେ ଏକ ଲଗଜ୍ୟୁରୀ ଫ୍ୟାସନ୍‌ର ପ୍ରତିଷ୍ଠାତା।

Bill Gates shares his biggest splurges

ଧନୀ ତାଲିକାରେ ତୃତୀୟ ସ୍ଥାନରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ରହିଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୦୬ ବିଲିୟନ୍‌ ଡଲାର।

Photos: These are the top 10 rich people in the world, know how many Mukesh Ambani is at

ଓ୍ଵାର୍କଶାୟର ହାଥେଓ୍ଵର ବରେନ୍‌ ବଫେଟ୍‌ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୨ ବିଲିୟନ୍‌ ଡଲାର।

Mark Zuckerberg | American computer programmer and entrepreneur ...

୮୪ ଅରବ ଡଲାର ସମ୍ପତ୍ତି ସହ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି।

Amancio Ortega Family - Parents,Wife,Children, Wiki, Bio | Celeb ...

ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି ଅମେନ୍‌ସିୟୋ ଅର୍ଟେଗା। ସେ ଫ୍ୟାଶନ୍‌ ବ୍ରାଣ୍ଡ ଜାରାର ଚେୟାରମ୍ୟାନ୍‌। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୭୦ ବିଲିୟନ୍‌ ଡଲାର।

New York Times confirms $250m deal with Carlos Slim | New York ...

ଏହି ତାଲିକାରେ ସପ୍ତମ ସ୍ଥାନରେ କାର୍ଲୋସ ସ୍ଲିମ୍‌ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୨ ବିଲିୟନ୍‌ ଡଲାର।

Google co-founder Sergey Brin 'secretly building massive airship'

ସର୍ଗେଇ ବ୍ରିନ୍‌ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୫ ବିଲିୟନ୍‌ ଡଲାର।

20 Inspirational Larry Page Quotes

ଧନୀ ତାଲିକାରେ ନବମ ସ୍ଥାନରେ ଲେର୍ରୀ ପେଜ୍‌ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୩ ବିଲିୟନ୍‌ ଡଲାର।

RIL chairman mukesh ambani turns 63 today, here are some ...

ଏହି ତାଲିକାରେ ଦଶମ ସ୍ଥାନରେ ଭାରତର ମୁକେଶ ଅମ୍ବାନୀ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୦.୧ ବିଲିୟନ୍‌ ଡଲାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.