Below header

ଭାଇଚାରାର ସହରରେ ଗରିବ ମୁସଲମାନ୍ ପରିବାରରେ ଖୁସି ବାଣ୍ଟିଲେ ହିନ୍ଦୁ ଭାଇ ଭଉଣୀ

କଟକ (କେ ନ୍ୟୁଜ୍‌) : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ଇଦ୍‌। ଏଥିପାଇଁ ସବୁଆଡେ ଚାଲିଛି ପ୍ରସ୍ତୁତି। ମୁସଲମାନ୍‌ଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ପର୍ବ। ତେବେ ଗରିବ ମୁସଲିମ ପରିବାରରେ ଏଇ ଲକ୍ ଡାଉନ ଇଦ୍ ଖୁସିକୁ ଫିକା କରି ଦେଇଛି। ଦୁଇ ବେଳା ଖାଇବା ଯୋଗାଡ ଚିନ୍ତାରେ ଥିବା ଏଭଳି ଏକ ପରିବାର ନୂଆ ପୋଷାକ କିଣିବା କଥା ଭୁଲି ଯାଇଛନ୍ତି। କିନ୍ତୁ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ନିଆରା ନିଦର୍ଶନ।

CTC-3

ତୁଳସୀପୁର ଗୋରାକବର ମୁସଲିମ ବସ୍ତିର ଏଭଳି ଏକ ଗରିବ ପରିବାରରେ ଖୁସି ଫୁଟାଇବା ପାଇଁ ଆଗେଇ ଆସିଛନ୍ତି କେତେଜଣ ହିନ୍ଦୁ ଭାଇ ଭଉଣୀ। ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ସେଖ୍ ଜିୟାଙ୍କ ପରିବାର ପାଇଁ ନୂଆ ଡ୍ରେସ ସହ ଲଛା ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଇଛି। ସେମାନେ ଇଦ୍‌ର ବଧେଇ ଜଣାଇବା ସହ ଜିୟାଙ୍କ ପରିବାର ସଦସ୍ୟମାନଙ୍କୁ ସହଯୋଗ କରିଛନ୍ତି । ଯାହାଫଳରେ ଏହି ଗରିବ ପରିବାରରେ ଆନନ୍ଦର ଲହରୀ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.