ପୋଲିସକୁ ଦରକାର ସୁରକ୍ଷା, ରାଜଧାନୀରେ ଆଇପିଏସ ଅଫିସରଙ୍କ ଘରୁ ଚୋରି

କେନ୍ୟୁଜ୍ (ବ୍ୟୁରୋ): ପୋଲିସ  ପ୍ରତି ଚୋରର ଉଠିଗଲାଣି ଭୟ। ଚୋର ବି ଆଉ ଖାକି ପ୍ରତି  ରଖୁନି ଡର। ସାନ ସାନ ନୁହେଁ ଏକାବେଳେକେ ବଡ ପୋଲିସ ବାବୁଙ୍କ ଘରୁ  ଚୋରି କରିଛି ଚୋର। ଖୋଦ ସ୍ମାର୍ଟ ସିଟି ଭୁବନେଶ୍ବରରେ ଘଟିଛି ଏଭଳି  ଘଟଣା। ଯେଉଁଠି ଦିବା ରାତି ଅହରହ ପୋଲିସ ପେଟ୍ରୋଲିଂ ହୁଏ।

ପୋଲିସ ଘରେ କଳାକନା  ବୁଲାଇଦେଲା ଚୋର। ଗତକାଲି ରାତିରେ  ଆଇପିଏସ୍ ଅଫିସର ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ନିକଟରେ ଥିବା ବାସ ଭବନରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ସତ୍ୟଜିତ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ଘରେ କେହି ନ ଥିବାର ସୁଯୋଗ ନେଇ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ସୂଚନା ମଳିଛି। ଏହି ଘଟଣାକୁ ନେଇ ସତ୍ୟଜିତ ନାୟକ କହିଛନ୍ତି, ଆଇପିଏସ୍‌ଙ୍କ ଘରୁ ଚୋରି ହେବା କୌଣସି ଛୋଟ କଥା ନୁହେଁ। ପାଟ୍ରୋଲିଂ ଜୋରଦାର ହେବା ଉଚିତ।ଏ ନେଇ ଡିସିପିଙ୍କ ସହିତ କଥା ହୋଇଥିବା ସତ୍ୟଜିତ କହିଛନ୍ତି। ତେବେ ଏଭଳି ଘଟଣା ପୋଲିସର ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ  କରୁଛି।

Leave A Reply

Your email address will not be published.