Below header

ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ ପଜିଟିଭ୍‌ ଚିହ୍ନଟ, ୩୩ ଜଣଙ୍କ ମୁଣ୍ଡ ନେଲା କରୋନା 

ରାଜ୍ୟରେ ସମାନ୍ୟ କମିଛି ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୯୩୯ ପଜିଟିଭ୍‌ ଚିହ୍ନଟ । ଦିନକର ହ୍ରାସ ପରେ ଖୋର୍ଦ୍ଧାରୁ ପୁଣି ୧୨ଶହ ୯୮ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧ ହଜାର ୧୦ । କଟକରେ ଗତକାଲି ତୁଳନାରେ କମିଛି ସଂକ୍ରମଣ। ଆଜି ୯୨୨ ସଂକ୍ରମିତ ହୋଇଥିବାବେଳେ ଗତକାଲି ଥିଲା ୧୧ଶହ ୩୩ । ୨୪ ଘଣ୍ଟାରେ ୬୨ ହଜାର ୨୬୧ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ଆସିଛି ୧୦ ହଜାର ୯୩୯।

ଆଜି ପଜିଟିଭିଟି ହାର ରହିଛି ୧୭.୫୬ ପ୍ରତିଶତ । ଯାହାକି ଗତକାଲି ଥିଲା ୧୬.୬୨ ପ୍ରତିଶତ। ଅନୁଗୁଳରୁ ୮୧୯, ଢେଙ୍କାନାଳରୁ ୭୬୩ ଓ ମୟୂରଭଞ୍ଜରୁ ୬୦୪ ନୂଆ କେସ୍‌ ଆସିଛି। ସଂକ୍ରମଣରେ ଟପ୍‌-୫ରେ ରହିଛି ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜ । କେବଳ ଏହି ୫ ଜିଲ୍ଲାରୁ ୪ ହଜାର ୪୦୬ ପଜିଟିଭ୍‌ ଆସିଛି। କନ୍ଧମାଳ ଗଜପତି ଓ ନୂଆପଡାରେ ସବୁଠୁ କମ୍‌ ସଂକ୍ରମଣ ରହିଛି। ଏହି ୩ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୧୦ ହଜାର ୫୫୪ । ଅନ୍ଯପଟେ ରାଜ୍ଯରେ ଆଜି ୩୩ ଜଣଙ୍କ ମୁଣ୍ଡ ନେଇଛି କରୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.