Below header

କରୋନା ଭାଇରସ୍‌ ଶରୀରରେ ସଂକ୍ରମିତ ହେବା ଆଗରୁ ରୋକିବ ‘ପେପ୍ଟାଇଡ୍‌’, ପଶୁଙ୍କ ଉପରେ ପ୍ରୟୋଗ କରିବାକୁ ପଠାଗଲା ଲ୍ୟାବ୍‌

କରୋନା ଭାଇରସ୍‌ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ସମଗ୍ର ବିଶ୍ୱରେ କରୋନାରେ ପ୍ରାୟ ୭ ଲକ୍ଷ ଲୋକ ଆକ୍ରନ୍ତ ହୋଇଥିବା ବେଳେ ୩୧ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି । ପୁରା ବିଶ୍ୱ ଏବେ କରୋନା ଭାଇରସ୍‌ କବଳରୁ ମୁକୁଳିବା ପାଇଁ ମେଡିସିନ୍‌ ଖୋଜିବାରେ ବ୍ୟସ୍ତ ।

ଆମେରିକା ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଗବେଶକମାନେ ପେପ୍‌ଟାଇଡ୍‌ ପ୍ରୋଟିନ୍‌ ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । ଗବେଶକଙ୍କ କହିବା ଅନୁଯାୟୀ ଏହି ପ୍ରୋଟିନ୍‌ କରୋନା ଭାଇରସ୍‌କୁ ଶରୀର କୋଷ ମଧ୍ୟରେ ପ୍ରବେଶ କରିବାକୁ ଦେବନାହିଁ ।

ଗବେଶକମାନେ ଏହି ପେପ୍‌ଟାଇଡ୍‌କୁ ମଣିଷ କୋଷ ଓ କରୋନା ସଂକ୍ରମିତ ପଶୁଙ୍କ ଉପରେ ପ୍ରୟୋଗ କରିବାକୁ ଲାବୋରେଟୋରୀକୁ ପଠାଇ ଦେଇଛନ୍ତି । କୁହାଯାଉଛି ଏହାର ସଫଳ ପରୀକ୍ଷଣ ପରେ ଏହି ପ୍ରୋଟିନକୁ ଇଂଜେକ୍‌ସନ୍‌ ମାଧ୍ୟମରେ ତିଆରି କରାଯିବ ।

କାରଣ ପେପ୍‌ଟାଇଡ୍‌ର ଗୋଟିଏ ଅସୁବିଧା ଯେ ଏହାକୁ ଔଷଧ ଆକାରରେ ଗ୍ରହଣ କରାଯାଇ ପାରିବ ନାହିଁ । ଇଂଜେକ୍‌ସନ୍‌ ଫଳରେ ଏହା ରକ୍ତରେ ମିଶିବା ଦ୍ୱାରା ଅଧିକ ପ୍ରଭାବଶୀଳ ହୋଇପାରିବ । ବର୍ତ୍ତମାନ ଲାବୋରେଟୋରୀରେ ଏହା ଉପରେ କାର୍ଯ୍ୟ ଚାଲୁ ରହିଛି । ଖୁବ୍‌ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଗବେଶକମାନେ ଆଶାବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.