ଲକ୍‌ ଡାଉନ୍‌ ବେଳେ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ କଟକଣା, ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସୀମା ସିଲ୍‌ ପାଇଁ ନିର୍ଦ୍ଦେଶ । ଲକ ଡାଉନ୍‌ ବେଳେ ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି କ୍ୟାବିନେଟ୍‌ ସଚିବ । ନିର୍ଦ୍ଦେଶ ଦିଆଯାଇଛି, ନିଜ ନିଜ ସୀମା ସିଲ୍‌ କର । ସବୁ ଜିଲ୍ଲାକୁ ଲାଗି ଥିବା ସୀମାକୁ ଯଥାଶୀଘ୍ର ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ମାଲ୍‌ ପରିବହନକୁ କେବଳ ଅନୁମତି ମିଳିବ । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଓ ଏସିଙ୍କୁ କୁହାଯାଇଛି । ଏହାସହ ଜିଲ୍ଲା ପ୍ରଶାସନକୁ କୁହାଯାଇଛି, ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ରହଣି ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଲକ୍‌ ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ଓ ଦିନ ମଜୁରିଅମାନେ ଏବେ ନିଜ ନିଜ ରାଜ୍ୟରୁ ଫେରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ଅହେତୁକ ଭିଡ଼ ଜମୁଛି । ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.