ମହିଳାଙ୍କର ଏହି ଭିଡିଓ ଦେଖି ଆପଣଙ୍କୁ ବି ଆସିବ ଭୟଙ୍କର ରାଗ, ଶ୍ଵେତା ତିୱାରୀ କହିଲେ, ତୁରନ୍ତ ଗିରଫ କରାଯାଉ

ଏବେ ସାରା ଦେଶରେ କରୋନା ଲକଡାଉନ ଚାଲିଛି । ତେଣୁ ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି । କିନ୍ତୁ କିଛି ଲୋକ ଏହି ମାହମାରୀକୁ ଗମ୍ଭୀରତାର ସହ ନ ନେଇ ବାହାରେ ବୁଲୁଥିବା ନଜର ଆସୁଛନ୍ତି ।

ନିକଟରେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଜଣେ ମହିଳା ସିକ୍ୟୁରିଟି ଗାର୍ଡ ସହ ଲଢ଼ୁଥିବା ଦେଖାଯାଉଛନ୍ତି । ଶ୍ୱେତା ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ମହିଳାଙ୍କୁ ଗାଳି ଦେବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

 

View this post on Instagram

 

She should be arrested! What kind of Behaviour is this??? How irresponsible.

A post shared by Shweta Tiwari (@shweta.tiwari) on

ଭିଡିଓରେ ମହିଳା ଜଣକ ନିଜ ମେଡକୁ ସାଥିରେ ନେବା ପାଇଁ ସିକ୍ୟୁରିଟି ଗାର୍ଡ ସହ ଲଢ଼ୁଥିବା ଦେଖିବାକୁ ମିଳୁଛି । ଗାର୍ଡ ବାରମ୍ବାର ମନା କରିବା ସତ୍ତ୍ୱେ ସେ ମାନୁ ନାହାନ୍ତି ଏବଂ ଲଗାତାର ଝଗଡା କରି ଚାଲିଛନ୍ତି । ତେବେ ମହିଳା ଜଣକ ଧମକ ଦେଇ କହୁଛନ୍ତି, ଯଦି ତାଙ୍କୁ ମେଡ ସହିତ ଭିତରକୁ ଯିବାକୁ ନ ଦିଆଯାଏ, ତା ହେଲେ ସେ ମେଡକୁ ମାସକର ପୂରା ଦରମା ଦେବେ ନାହିଁ । ଲକଡାଉନ ବେଳେ ମହିଳା ସରକାରଙ୍କ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.