Below header

ଋଣ ଉପରେ ୩ ମାସ ଇଏମଆଇ ନଦେଲେ ଗଣିବେ ଅଧିକ ସୁଧ, ବଢ଼ିପାରେ ଋଣ ପରିଶୋଧ ସମୟସୀମା

କେନ୍ୟୁଜ୍(ବ୍ୟୁରୋ):  ଆରବିଆଇ ବ୍ୟାଙ୍କଗୁଡିକୁ ଋଣ ଓ ସୁଧ ଆଦାୟ ଉପରେ ୩ ମାସ ପର୍ଯ୍ୟନ୍ତ ରିହାତି ଦେବାକୁ କହିଛି ରିଜର୍ଭ ବ୍ୟାଙ୍କ। ହେଲେ ୩ ମାସ ପର୍ଯ୍ୟନ୍ତ ଋଣ ଉପରେ ଇଏମଆଇ ନଦେଲେ ଅଧିକ ସୁଧ ଗଣିବାକୁ ପଡ଼ିବ ବୋଲି ଅର୍ଥନୀତି ସମୀକ୍ଷକ କହିଛନ୍ତି । ତିନିମାସ ଇଏମଆଇ ଦିଆନଗଲେ ବକେୟା ଋଣ ଉପରେ ସରଳ ସୁଧ କଷିବେ ବ୍ୟାଙ୍କ । ତିନି ମାସ ସରିବା ପରେ ପରବର୍ତ୍ତୀ ମାସ ଇଏମଆଇ ପାଇଁ ଏହି ସୁଧ ସହ ଦେବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ଯଦି ଆପଣ ହଜାରେ ଟଙ୍କା ଇଏମଆଇ ନ ଦିଅନ୍ତି ଆଉ ବ୍ୟାଙ୍କ ସୁଧହାର ୧୦ ପ୍ରତିଶତ ଥାଏ, ତେବେ ପରବର୍ତ୍ତୀ ତିନିଟି ଇଏମଆଇ ଉପରେ ୨୫ ଟଙ୍କା ଅଧିକ ଦେବାକୁ ପଡ଼ିବେ ବୋଲି ବିଶେଷଜ୍ଞ କହିଛନ୍ତି । ଏହି ଅତିରିକ୍ତ ସୁଧ ଆପଣଙ୍କ ଭବିଷ୍ୟତ ଇଏମଆଇ ଉପରେ ଅଧିକ ପଡ଼ିବ କିମ୍ବା ଋଣ ପରିଶୋଧ ସମୟସୀମା ବଢ଼ିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.