Below header

କରୋନା ମୁକାବିଲା ପାଇଁ ସିଆର୍‌ପିଏଫ୍‌ ୩୩ କୋଟି ଓ ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ଦେଲେ ୧୫ କୋଟି ଟଙ୍କା

କରୋନା ସଙ୍କଟରୁ ମୁକୁଳିବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପ ସଂସ୍ଥାଠୁ ଆରମ୍ଭ କରି ବ୍ୟକ୍ତି ବିଶେଷ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡକୁ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୩୩ କୋଟି ୮୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଯବାନମାନେ ରାଷ୍ଟ୍ର ପାଇଁ ଯେପରି ନିଷ୍ଠାର ସହ କାମ କରୁଛନ୍ତି ସପରି ସେମାନଙ୍କର ଗୋଟିଏ ଦିନର ଦରମା ଦାନ କରି ଦେଶ ପାଇଁ କିଛି ସେବା କରିପାରିଲେ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ୧୫ କୋଟି ଟଙ୍କା ଦାନ କରିଛନ୍ତି । ଏଭଳି କଠିନ ସମୟରେ ସମସ୍ତଙ୍କର ଏପରି ସାମୁହିକ ଯୋଗଦାନ ଆବଶ୍ୟକ ବୋଲି ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.