Below header

ପରିବାର ଓ ନିଜ ଭୋକକୁ ଭୁଲି କରୋନା ଯୁଦ୍ଧରେ ପୋଲିସ ସାଜିଛି ଯୋଦ୍ଧା, କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଲେ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହେଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ କର୍ମଚାରୀ ମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଉଭୟ ପୋଲିସ ଓ ଗଣମାଧ୍ୟମ, ଡାକ୍ତରଙ୍କ ଅଧିକାଂଶ ସମସ୍ୟା ଦୂର କରିବାରେ ସଫଳ ହୋଇଛନ୍ତି । ଏଥି ସକାଶେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଡାକ୍ତର, ପୋଲିସ କର୍ମଚାରୀ ଓ ଗଣମାଧ୍ୟମକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଡ.ସାମନ୍ତଙ୍କ ଉଦ୍ୟମରେ କିଟ୍‌ ଓ କିସ୍‌ ପକ୍ଷରୁ ରବିବାର ଭୁବନେଶ୍ୱରର ବିିଭିନ୍ନ ଅଞ୍ଚଳରେ କରୋନା ପାଇଁ ରାସ୍ତାରେ କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଏଥିରେ ଚିକେନ, ଗୋଲାପ ଜାମୁ, ପନୀର, ଦହୀ ଓ ରାଇତା ଭଳି ବିଭିନ୍ନ ଖାଦ୍ୟ ସହ ପାଣିବୋତଲ ମଧ୍ୟ ପ୍ରଦାନ କରାଯାଇଛି ।

କିଟ୍‌ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟକୁ ରାସ୍ତାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି । ଏହା ସହିତ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିିନ୍ନ ଅଞ୍ଚଳରେ ପଶୁପକ୍ଷୀଙ୍କୁୂ ଖାଦ୍ୟ ବଣ୍ଟନ କାର୍ଯ୍ୟ ଜାରି ରହିଛି । ଆଜି ତୃତୀୟ ଦିନରେ ଭୁବନେଶ୍ୱରର ଶୈଳଶ୍ରୀବିହାର ଠାରୁ ଆରମ୍ଭ କରି ପଟିଆ ଅଞ୍ଚଳରେ ବୁଲା ଗାଇ ଗୋରୁ ଓ କୁକୁରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । କରୋନା ଯୋଗୁଁ ବିଭିିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡମାନେ ଖାଦ୍ୟ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ କିଟ୍‌ ଓ କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରୟାସ ଆରମ୍ଭ ହୋଇଛି ।

ସେହିପରି ଆଜିଠାରୁ ଭୁବନେଶ୍ୱରର ବିିଭିନ୍ନ ବସ୍ତିରେ ରହୁଥିବା ଗରିବ ଲୋକ, ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ୪୦ ହଜାର ପରିବାର ଓ ସେମାନଙ୍କ ପିଲାଙ୍କ ପାଇଁ ଚୁଡା, ଚିନି, ଡ୍ରାଏ ଫ୍ରୁଟସ ପ୍ରଦାନ କରାଯିବ । ଡ୍ରାଏ ଫ୍ରୁଟକୁ ଗରିବ ଲୋକଙ୍କ ପିଲାମାନଙ୍କୁ ପ୍ରଦାନ କରାଯିବା ଫଳରେ ସେମାନଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହେବ । ସପ୍ତାହକୁ ୩ ଥର ଏହି ଖାଦ୍ୟ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.