Below header

କରୋନା ଭାଇରସ୍‌ ସମ୍ପର୍କିତ ଖବର କେବଳ ସରକାରୀ ତଥ୍ୟ ଆଧାରରେ ହିଁ ପ୍ରକାଶ କରନ୍ତୁ , ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

କରୋନା ଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ବହୁ ଅଦ୍ଭୁତ ଖବରମାନ ପ୍ରକାଶ ପାଉଛି । ବେଳେ ବେଳେ ଏହି ଖବର ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ସମାଜରେ ପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ନର୍ଦ୍ଦେଶ ଜାରି କରିଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଗଣମାଧ୍ୟମ କରୋନା ସମ୍ପର୍କିତ ଖବର ପ୍ରକାଶନ ବେଳେ କେବଳ ସରକାରଙ୍କ ତଥ୍ୟ ଆଧାରରେ ଖବର ପ୍ରକାଶ କରିବେ । ସୁପ୍ରମ୍‌କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ନାଗରିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ନକଲି ଖବରକୁ ବନ୍ଦ କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସୋସିଆଲ ମିଡିଆରେ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶନ ଦ୍ୱାରା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି ।

bobde

ଯଦି କେହି ବ୍ୟକ୍ତି ଭ୍ରମାତ୍ମକ ଖବର ଦେଇ ଲୋକଙ୍କୁ ଭୟ ବା ଆତଙ୍କିତ କରାଏ ତେବେ ୨୦୦୫ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଦଫା ୫୪ ଅନୁଯାୟୀ ତାଙ୍କୁ ବର୍ଷେ ଜେଲ୍‌ କିମ୍ବା ଫାଇନ୍‌ ସହିତ ଜେଲ୍‌ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

କୋର୍ଟ ପ୍ରିଣ୍ଟ, ଇଲୋକଟ୍ରନିକ୍ସ, ସୋସିଆଲ୍‌ ଓ ଓ୍ଵବ ପୋର୍ଟାଲ୍‌ ଆଦି ସମସ୍ତ ଗଣମାଧ୍ୟମକୁ ଚେତାଇ ଦେଇଛନ୍ତି ଯେ ସେମାନେ କେବଳ ସରକାରଙ୍କ ଦ୍ୱାରା ଦିଆଯିବା ତଥ୍ୟ ଆଧାରରେ ଖବର ପ୍ରକାଶନ କରିବେ ।

କେନ୍ଦ୍ର ସରକାର କରୋନା ସମ୍ପର୍କିତ ଖବର ଲୋକଙ୍କୁ ଜଣାଇବା ପାଇଁ ଗଣମାଧ୍ୟମ ଜରିଆରେ ପ୍ରତିଦିନ ବୁଲେଟିନ୍‌ ଦେବେ ବୋଲି ସଲିସେଟର ତୁଷାର ମେହେଟ୍ଟା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.