Below header

ସୋନମ କପୁର ସେୟାର କଲେ କେକ୍ ବନାଉଥିବା ଫଟୋ ତ କମେଣ୍ଟରେ ଶାଶୁ ମା ପଚାରିଦେଲେ ଏପରି ପ୍ରଶ୍ନ..

ଲଣ୍ଡନରୁ ଫେରିବା ପରେ କରୋନା ସଂକ୍ରମଣ କାରଣରୁ ସୋନମ କପୁର ଏବେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେ ନିଜର ଶାଶୁ ଘରେ ରହୁଛନ୍ତି । ଆଜିକାଲି ସେ ସୋସିଆଲ ମିଡ଼ିଆରେ ମଧ୍ଯ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କେକ୍ ବନାଉଥିବା ଫଟୋ ପୋଷ୍ଟ କରିଥିଲେ ଯାହା ଉପରେ ତାଙ୍କ ଶାଶୁ ଏକ ମଜାଦାର କମେଣ୍ଟ ଦେଇଛନ୍ତି ।


ଲଣ୍ଡନରୁ ଫେରିବା ପରେ ସୋନମ ଏବେ ଘର ଖାଦ୍ୟର ମଜା ନେଉଛନ୍ତି ତାସହିତ ସେ ଏହାର ଫଟୋ ମଧ୍ଯ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ନିକଟରେ ସେ କେକ୍ ପ୍ରସ୍ତୁତ କରୁଥିବାର ଏକ ଫଟୋ ସେୟାର କରିଥିଲେ ।
NBT

ତେବେ ଏହି ଫଟୋରେ ସୋନମଙ୍କ ଶାଶୁ ପ୍ରିୟା ଆହୁଜା ଏକ ମଜାଦାର କମେଣ୍ଟ ଦେଇଥିଲେ । ଯେଉଁଥିରେ ସେ ଲେଖିଥିଲେ “ବହୁତ ବଢିଆ କେକ୍ ବେଟା । ୱେଟ କିପରି ମ୍ୟାନେଜ୍ କରିବୁ.. କେକକୁ ତ ସମସ୍ତେ ଭଲ ପାଆନ୍ତି” ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.