ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ କରିବା ସହ ଅଲସର ଜନିତ ସମସ୍ୟାରୁ ମୁକ୍ତି ଦିଏ ପିଆଜ

ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ତରକାରୀ ପାଇଁ ପିଆଜ ନିହାତି ଆବଶ୍ୟକ । ପିଆଜ ବିନା କୌଣସି ତରକାରୀ ସ୍ୱାଦିଷ୍ଟ ହୋଇନଥାଏ । ଯେକୌଣସି ଖାଦ୍ୟପଦାର୍ଥର ସ୍ୱାଦକୁ ଦ୍ୱିଗୁଣ କରିବାକୁ ହେଲେ ପିଆଜକୁ ବ୍ୟବହାର କରିପାରିବେ । ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର ଆବଶ୍ୟକତା ପଡିଥାଏ । ଅନେକ ଖାଦ୍ୟର ସ୍ୱାଦକୁ ଏହା ବଢ଼ାଇ ଦେଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ? ପିଆଜ ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ଏଥିରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱ ଶରୀର ପାଇଁ ଲାଭକାରୀ ହୋଇଥାଏ । ଏଥିରେ ଅନେକ ସ୍ୱାସ୍ଥୋପକାରୀ ଗୁଣ ଭରି ରହିଛି । ସେ ସମ୍ପର୍କରେ ଟିପ୍ସ…

ପିଆଜରେ ସଲଫର କମ୍ପାଉଣ୍ଡ ଏବଂ ଆଂଟିଅକ୍ସିଡାଂଟ ଭଳି ତତ୍ତ୍ୱ ଭରି ରହିଛି । ଏହା ଶରୀରର ଭିତର ଭାଗକୁ ଦୃଢ଼ କରିବା ସହ ଶାରୀରିକ ଦୁର୍ବଳତା ଦୂର କରିଥାଏ ।

onoin

ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ପିଆଜ ସହାୟକ ହୋଇଥାଏ ।

ପିଆଜରେ କ୍ୟାନସର ସହ ଲଢ଼ିବାର ଶକ୍ତି ରହିଛି ବୋଲି ଆମେରିକୀୟ କ୍ୟାନସର ବିଶେଷଜ୍ଞମାନେ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି ।

ଅଲସରଜନିତ ସମସ୍ୟା ସହ ଜଡିତ କି ? ଯଦି ହଁ, ତେବେ ନିୟମିତ ପିଆଜ ଖାଇଲେ ସେଥିରୁ କେତେକାଂଶରେ ଉପଶମ ମିିଳିଥାଏ ।

pija

ପିଆଜରେ ଭିଟାମିନ-ଏ, ଇ, ସି ପ୍ରଚୁର ମାତ୍ରାରେ ଭରି ରହିଛି । ଏହାକୁ ନିୟମିତ ଖାଇଲେ ଚର୍ମରେ ଚମକ୍ ଆସିଥାଏ ।

ପିଆଜ ଖାଇଲେ ତାହା ମସ୍ତିଷ୍କ କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.