Below header

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରାଯାଇଛି ୨୦ ହଜାର ୫୯୯ ନମୁନା ପରୀକ୍ଷା, ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୬୦

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୧୪୧ ସାମ୍ପଲ ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୨୦ ହଜାର ୫୯୯ ନମୁନା ପରୀକ୍ଷା କରାଯାଇଛି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ରହିଛି ୬୦ । ସେହିପରି ଆରୋଗ୍ୟ ଲାଭ କରିଛନ୍ତି ୩୩ ଆକ୍ରାନ୍ତ । ତେବେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ନେଇ ବଢୁଛି ଚିନ୍ତା । ଏହି ତିନି ଜିଲ୍ଲାରେ ଗତ ୧୯ ତାରିଖ ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ୧୬ ଥିବା ବେଳେ ଯାଜପୁରରେ ୧୨ ଓ ବାଲେଶ୍ୱରରେ ୧୦ ଜଣ ସଂକ୍ରମିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.