SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଉପାୟରେ ଘରେ ବସି ମଧ୍ୟ ପାଇପାରିବେ ଲୋନ୍

କରୋନା ଭାଇରସ ଯୋଗୁ ଜାରି ହୋଇଥିବା ଲକଡାଉନ ଯୋଗୁ ଗ୍ରାହକଙ୍କ ନିକଟରେ ଅର୍ଥ ଅଭାବ ହେବା ଆଶଙ୍କା କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଉପଲବ୍ଧ କରାଇଛି। ଏବେ ଆପଣ ଘରେ ବସି ମଧ୍ୟ ବ୍ୟାଙ୍କରୁ ପର୍ସନାଲ ଲୋନ ନେଇ ପାରିବେ। ଅନଲାଇନରେ ଗ୍ରାହକଙ୍କୁ ଲୋନ ଦେବା ସୁବିଧା ଯୋଗାଇଛି SBI।

SBI LOANS - Apps on Google Play

SBI ର ସୂଚନା ମୁତାବକ ଗ୍ରାହକ ପ୍ରି ଆପ୍ରୁଭଡ ପର୍ସନାଲ ଲୋନ ପାଇଁ ମାତ୍ର ୪ଟି ପର୍ଯ୍ୟାୟରେ ଆବେଦନ କରିପାରିବେ। ଲୋନ ନେବାକୁ ଯୋଗ୍ୟ କି ନାହିଁ ତାହା sms ମାଧ୍ୟମରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ରେଜିଷ୍ଟ୍ରର ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ସର୍ବପ୍ରଥମେ ରେଜିଷ୍ଟ୍ରର ହୋଇଥିବା ମୋବାଇଲ ନମ୍ବରରୁ PAPL ପରେ ଆକାଉଣ୍ଟ ନମ୍ବରର ଶେଷ ୪ଟି ଅଙ୍କ ଲେଖି ୫୬୭୬୭୬ରେ SMS କରନ୍ତୁ।

ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏହି ଲୋନପାଇଁ କୌଣସି ଫିଜିକାଲ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ। ଆସନ୍ତୁ ଜାଣିବା ସେହି ୪ଟି ଷ୍ଟେପ୍ ଯାହା ମାଧ୍ୟମରେ ଆପଣ ପ୍ରି ଆପ୍ରୁଭଡ ପର୍ସନାଲ ଲୋନ ପାଇଁ ଆବେଦନ କରିପାରିବେ।

SBI to introduce new way of ATM cash withdrawal from 1st January

ପ୍ରଥମେ YONO ଆପରେ ଲଗ ଇନ କରନ୍ତୁ। ଏହା ପରେ Avail now ରେ କ୍ଲିକ କରନ୍ତୁ। କେତେ ଲୋନ ନେବେ ତାହାକୁ ସିଲେକ୍ଟ କରନ୍ତୁ। ଶେଷରେ ରେଜିଷ୍ଟ୍ରର ନମ୍ବରକୁ ଆସିଥିବା OTP ଦିଅନ୍ତୁ। ଏହା ପରେ ବ୍ୟାଙ୍କ ତରଫରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.