Below header

ପାଇପରେ ଖାଦ୍ୟ ଖାଉଛି ଏହି ଅଦ୍ଭୁତ ଜୀବ, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ପାଇପ ଅର୍ଥାତ ଷ୍ଟ୍ର ସାହାଯ୍ୟରେ ଖାଦ୍ୟ ଖାଉଥିବା ଏକ ଅଦ୍ଭୁତ ଜୀବର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଜୀବଟି କୌଣସି ଛୋଟ ପକ୍ଷୀର ଛୁଆ ଭଳି ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଜୀବ ବିଷୟରେ କେହି କିଛି କହିନଥିବା ବେଳେ ଅନେକ ଲୋକମାନେ ଏହି ଭିଡ଼ିଓକୁ ଟ୍ୱିଟରରେ ସେୟାର କରିଛନ୍ତି।

ଏହି ଭିଡ଼ିଓ ପ୍ରଥମେ When Animals Attack ନାମରେ ଟ୍ୱିଟର ହ୍ୟାଣ୍ଡେଲ ସେୟାର କରିଥିଲା। ଏହି ଭିଡ଼ିଓକୁ ସେୟାର କରିବା ସହ ଲେଖିଥିଲେ, କିଏ କହିପାରିବ ଏ କଣ?

୧୮ସେକେଣ୍ଡର ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ଜୀବକୁ ଷ୍ଟ୍ର ଜରିଆରେ ଖାଦ୍ୟ ଖୁଆଯାଉଛି ଏବଂ ଜୀବଟି ମଧ୍ୟ ବଡ ଆରାମରେ ଖାଦ୍ୟ ଖାଉଛି। ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଅନେକ ଲୋକ ଦେଖିସାରିଥିବା ବେଳେ ଜଣେ ବ୍ୟକ୍ତି କମେଣ୍ଟରେ କହିଛନ୍ତି, ଏହା Gouldian Finch ନାମକ ପକ୍ଷୀର ଛୁଆ, ଯାହା ଆଫ୍ରିକାରେ ଦେଖିବାକୁ ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.