Below header

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ, ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୫ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୨୮୧୪, ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୨୦୩୭ । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ାରୁ ୨ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ।

 ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦୩ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୫୧୬, ନୂଆପଡାରୁ ୪୮୬, ବରଗଡରୁ ୩୧୮ ଓ କଟକରୁ ୩୦୪ ଜଣ ନୂଆ ସଂକ୍ରମିତ ଅଛନ୍ତି । ଝାରସୁଗୁଡାର ୨୯୦, ବଲାଙ୍ଗୀରରୁ ୨୨୭, ପୁରୀରୁ ୨୨୩, ନବରଙ୍ଗପୁରରୁ ୧୯୪, ସମ୍ବଲପୁର ୧୭୧, କେନ୍ଦୁଝରରୁ ୧୬୬, ଗଞ୍ଜାମରୁ ୧୫୧ ଓ ଅନୁଗୁଳରୁ ୧୧୧ ନୂଆ କେସ୍‌ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌ ୩୦ ହଜାର ୯୨୭ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୪୯ ହଜାର ୩୭୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.