Below header

ଆଜି ପଜେଟିଭ୍‌ ଆସିଥିବା ଦୁଇ କରୋନା ଆକ୍ରାନ୍ତଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସିଲା ଢେଙ୍କାନାଳ ଜିଲ୍ଲାର କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି । ୫୧ ବର୍ଷର ମହିଳ ଜଣକ ମାର୍ଚ୍ଚ ୧୦ ରୁ ୧୭ ତାରିଖ ମଧ୍ୟରେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ମାର୍ଚ୍ଚ ୧୮ରୁ ୨ ଏପ୍ରିଲ ଯାଏ ଢେଙ୍କାନାଳ ମୀନାବଜାର ସ୍ଥିତ ଘରେ ଥିଲେ । ଏପ୍ରିଲ ୩ରେ ଓ୍ଵାର୍ଡ ନମ୍ବର ୯ ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ତାଙ୍କୁ ରଖା ଯାଇଥିଲା । ଏପ୍ରିଲ ୪ରେ ତାଙ୍କ ନମୂନା ସଂଗ୍ରହ ସହ ତାଙ୍କୁ ଆଇସୋଲେସନରେ ରଖାଗଲା । ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

DHENKANAL-2
ଢେଙ୍କାନାଳ ମୀନା ବଜାର ଅଞ୍ଚଳରେ ସାନିଟାଇଜେସନ୍‌

ସେପଟେ ପଶ୍ଚିମବଙ୍ଗର ମେଦିନୀପୁରରୁ ଆସିଥିବା କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିଛି । ୭୦ ବର୍ଷର ବୃଦ୍ଧ ଜଣକ ଗତ ୭ ତାରିଖରେ ପଶ୍ଚିମ ମେଦିନୀପୁରରୁ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ବାଟରେ ଆସିବା ବେଳେ ରାତିରେ ବାଲେଶ୍ୱର ବାଇପାସ୍‌ ନିକଟ ଏକ ଚା ଦୋକାନରେ ଚା ପିଇଥିଲେ । ୮ ତାରିଖ ସକାଳେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆଇସୋଲେସନରେ ରଖାଯାଇଥିଲ । ଆଜି ତାଙ୍କର ରିପୋର୍ଟ ପଜେଟିଭ ଆସିଛି । ଏହା ପରେ ତାଙ୍କୁ କିମସ୍‌ କୋଭିଡ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.