Below header

କରୋନା ଆଶଙ୍କା ବଢ଼ୁଛି, ଥର୍ମାଲ ଯାଞ୍ଚରେ ନ ଆସିବା ପାଇଁ ପାରାସିଟାମଲ୍‌ ଖାଉଛନ୍ତି ବିମାନ ଯାତ୍ରୀ

କରୋନା ଭାଇରସ୍‌ ପଜେଟିଭ ଦେଖାଗଲେ ରୋଗୀଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀମାନେ ନିଜ ଠାରେ ଯଦି କୈାଣସି ଲକ୍ଷଣ ଦେଖନ୍ତି ତେବେ ତୁରନ୍ତ ଜଣାଇବାକୁ କୁହାଯାଇଛି । ହେଲେ ଏହି ଅଲଗା ରହିବାକୁ ଲୋକେ ଭୟ କରୁଛନ୍ତି । ଫଳରେ ନିଜର ଲକ୍ଷଣକୁ ପ୍ରକାଶ ନକରି ଲୁଚାଇବା କାରଣରୁ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ।

ଏବେ ଏହି ଆଶଙ୍କା ଅଧିକ ବୃଦ୍ଧି ପାଇଛି ବାହାରୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ । କାରଣ ଯାତ୍ରୀମାନେ ଅଲଗା ରହିବା ଭୟରେ ନିଜର ଲକ୍ଷଣ ଲୁଚାଉଛନ୍ତି । ବିମାନ ବନ୍ଦରରେ ଯାଞ୍ଚ ପ୍ରକ୍ରିୟାରୁ ଖସିବା ପାଇଁ ଯାତ୍ରୀମାନେ ପାରାସେଟାମଲ ଔଷଧ ଖାଇଦେଉଛନ୍ତି ।

 

ଫଳରେ ଶରୀରର ତାପମାତ୍ରା କମି ଯାଉଛି । ଏୟାରପୋର୍ଟରେ ଥିବା ଥର୍ମାଲ ସ୍କାନର ଯାତ୍ରୀଙ୍କୁ ଧରିପାରୁନି । ଏହାଦ୍ୱାରା ବାହାରୁ ଆସୁଥିବା କରୋନା ପଜେଟିଭ୍‌ ବ୍ୟକ୍ତି ଜଣକ ସହଜରେ ଖସି ଯାଇପାରୁଛି । ଯାହାକି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଇଛି । ଏହି ଅଭିଯୋଗ ଆଣିଛନ୍ତି ଏୟାରପୋର୍ଟ କର୍ତ୍ତୃପକ୍ଷ ।

airport-3

ଲକ୍ଷ୍ନୈା ଅମୋସୀ ସ୍ଥିତ ଏୟାରପୋର୍ଟରୁ ଦୁବାଇ ପାଇଁ ଭାରତୀୟ ଏୟାରଲାଇନ୍ସର ଆଇଏକ୍ସ ୧୯୪/୧୯୩ ଯିବା ଆସିବା କରୁଛି । ଏଥିରେ ଅଧିକାଂଶ ଯାତ୍ରୀ ଦୁବାଇରୁ ଆସୁଛନ୍ତି ।

ସେହିପରି ଲକ୍ଷ୍ନୈା-ନୁଆଦିଲ୍ଲୀ-ଦୁବାଇ ମଧ୍ୟରେ ଏଆଇ-୯୯୨ ବିମାନ ଚଳାଚଳ କରୁଛି । ବାହାରୁ ଆସୁଥିବା ଯାତ୍ରୀ ଭୟରେ ପାରାସେଟାମଲ ଔଷଧ ଖାଇଦେଉଛନ୍ତି । ଯାହାକି ଏୟାରପୋର୍ଟ ସ୍କାନର ଧରିପାରୁନି ।

ଲକ୍ଷ୍ନୈା-ବ୍ୟାଙ୍କଙ୍ଗ୍‌ ମଧ୍ୟରେ ଚାଲୁଛି ଡବ୍ଲୁ ୩୩୩/୩୩୪ ବିମାନ । ଥାଇଲାଣ୍ଡରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଲକ୍ଷ୍ନୈାରେ କରୋନା ସଂକ୍ରମିତଙ୍କ ଆଶଙ୍କା ବୃଦ୍ଧି ପାଇଛି । ୨୨ ମାର୍ଚ୍ଚରୁ ସରକାର ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ଯାହାକି ସଂକ୍ରମଣ ଉପରେ ରୋକ ଲଗାଇ ପାରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.