ଅଭିନେତ୍ରୀ ନୁସରତ ଜହାଁ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇ ଖୋଲା ଛାଡିଦେଲେ ନଳ, ଦାୟିତ୍ୱହୀନତା ଦେଖି ୟୁଜରମାନେ କହିଲେ ଏଭଳି କଥା

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ପୁଣିଥରେ ଏବେ ଚର୍ଚ୍ଚାରେ ଅଛନ୍ତି । ନୁସରତ ନିକଟରେ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନେଇଥିଲେ । କିନ୍ତୁ ଭିଡିଓ ବନାଇବା ବେଳେ ନଳକୁ ଖୋଲା ଛାଡିଦେଇଥିଲେ । ଏଭଳି ଦାୟିତ୍ୱହୀନତା କାମ ଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରଲ କରାଯାଇଛି ।

ନୁସରତ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହାସହିତ କ୍ୟାପସନ ଲେଖିଥିଲେ ଯେ ଆମେ ସମସ୍ତେ ସାବଧାନ ରହିବା ଉଚିତ । କୋଭିଡ 19 ରୁ ବର୍ତ୍ତିବା ପାଇଁ ପ୍ରତି ଘଣ୍ଟା ନିଜ ହାତ ଧୋଇବା ଉଚିତ । ମନେ ରଖିବେ କି, ପାଣି ବର୍ବାଦ ଯେପରି ନ ହେବ । ସୁରକ୍ଷିତ ରୁହନ୍ତୁ ଏବଂ ଆଲର୍ଟ ରୁହନ୍ତୁ । କିନ୍ତୁ ଚକିତ କଲା ଭଳି କଥା ହେଲା ଭିଡିଓରେ ସେ ପାଣି ବର୍ବାଦ କରୁଥିବା ଦେଖାଯାଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ୟୁଜରମାନେ ତାଙ୍କୁ ନାନା କଥା କହି ପାଣି ବଞ୍ଚେଇବାକୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.