ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ଯୁଦ୍ଧ ଲଢୁଛି ବିଶ୍ୱ, କରୋନାକୁ ହରାଇବା ପାଇଁ ସାରା ବିଶ୍ୱରେ ଜାରି ରହିଛି ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): ସଙ୍କଟରେ ପୃଥିବୀ। ଜାତିସଂଘର ୭୫ ବର୍ଷ ଇତିହାସରେ କରୋନା ଭଳିି ସଙ୍କଟ କେବେ ଦେଖାଦେଇନଥିଲା। ଏହାର ମୁକାବିଲା ପାଇଁ ବିଶ୍ୱର ନେତାମାନେ ଆଗେଇ ଆସିବା ସହ ଜରୁରୀ ଓ ସମନ୍ଵିତ ପଦକ୍ଷେପ ନିଆଯିବା ଦରକାର। ଏହା କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍ରେସ । ସେ କହିଛନ୍ତି, କରୋନା ଭାଇରସ ଯଦି ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ନିଆଁ ଭଳି ବ୍ୟାପେ ତେବେ ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିବେ । କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତ ଦେଶ ବହୁମୁଖୀ ପଦକ୍ଷେପ ନେବା ଆବଶ୍ୟକ।

corona 1

ମାଲେରିଆ ଓ କୋଭିଡ୍‌-୧୯ରେ କୌଣସି ସମାନତା ନାହିଁ । କିନ୍ତୁ ପୁରୁଣା ମାଲେରିଆ ଡ୍ରଗ୍‌ କ୍ଲୋରୋକ୍ୱିନ୍‌, କୋଭିଡ୍‌-୧୯ ବିରୋଧରେ ଲଢି ପାରିବ କି । ସେ ନେଇ ଗବେଷଣା ଆରମ୍ଭ ହୋଇଛି । ବର୍ଷବର୍ଷ ଧରି ମ୍ୟାଲେରିଆର ମୁକାବିଲା କରି ଆସୁଛି କ୍ଲୋରୋକ୍ୱିନ୍‌ । ଏବେ କୋଭିଡ-୧୯ର ଚିକିତ୍ସାରେ ସହାୟକ ହୋଇ ପାରିବ କି, ସେ ନେଇ ଗବେଷଣା ଚାଲିଥିବା ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।.କୋଭିଡ-୧୯ର କହର ପୂର୍ବରୁ ୨୦୦୯ରେ H1N1 ଭାଇରସରୁ ସୃଷ୍ଟି ହୋଇଥିଲା ବିଶ୍ୱ ମହାମାରୀ। ୨୧୪ଟି ଦେଶ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ। ଜାନୁଆରୀ ୨୦୦୯ରୁ ଆରମ୍ଭ କରି ଏହାର ପ୍ରକୋପ ୨୦୧୦ ଅଗଷ୍ଟ ଯାଏ ଦେଖିବାକୁ ମିଳିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ ଏ ସମୟରେ ପ୍ରାୟ ୧୯ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ କିଛି ଘରୋଇ ସଂଗଠନ ଏହି ମୃତ୍ୟୁ ସଂଖ୍ୟା ଲକ୍ଷାଧିକ ବୋଲି କହୁଛନ୍ତି। H1N1 ଭାଇରସ ପୂର୍ବରୁ ବିଶ୍ୱରେ ୧୯୧୮ରେ ଦେଖିବାକୁ ମିଳିଥିଲା ସ୍ପାନିସ୍‌ ଫ୍ଲୁ ବିଶ୍ୱ ମହାମାରୀ। ଜାନୁଆରୀ ୧୯୧୮ରୁ ଡିସେମ୍ବର ୧୯୨୦ ଯାଏ ଦେଖିବାକୁ ମିଳିଥିଲା ଏହାର ପ୍ରକୋପ। ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫ କୋଟିରୁ ୧୦ କୋଟି ମଧ୍ୟରେ ଥିବା ଅନୁମାନ କରାଯାଉଛି। ଭାରତରେ ମଧ୍ୟ ପ୍ରାୟ ଏକ କୋଟି ଜଣଙ୍କ ସେ ସମୟରେ ମୃତ୍ୟୁ ହୋଇଥିଲା। ସ୍ପାନିସ୍‌ ଫ୍ଲୁ ମାନବ ଇତିହାସରେ ସବୁଠାରୁ ବଡ଼ ମହାମାରୀ ବୋଲି କୁହାଯାଉଛି। ଏବେ କୋଭିଡ୍‌ ୧୯, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବଡ଼ ବିଶ୍ୱ ମହାମାରୀ ହେବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.