ଆସନ୍ତା ୩୧ରେ ସରୁଛି ଅନଲକ୍-୨.୦: ଟେନସନ୍ ବଢାଉଛି ରାଜ୍ୟର ଏହି ୫ ଜିଲ୍ଲା, ବଢ଼ିବ କି ଲକଡାଉନ ଅବଧି?

ଭୁବନେଶ୍ବର: ଆଉ ୫ ଦିନ ପରେ ସରିବ ଅନଲକ୍‌-୨। ଆସନ୍ତା ୩୧ରେ ଅନଲକ-୨.୦ ସରୁଥିବା ବେଳେ ଆଗକୁ ଲକଡାଉନ ଅବଧି ବଢ଼ିବ କି ? ଯାତାୟାତ, ଦୋକାନବଜାର ସ୍ୱାଭାବିକ ଭାବେ ଚାଲିବ ନା ପୁଣି ବଢ଼ିବ ଲକଡାଉନ ଅବଧି ? ଆଗକୁ ସ୍ୱାଭାବିକ ହେବ କି ବ୍ୟାଙ୍କ ସେବା? ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯେପରି ସଂକ୍ରମଣ ନ ବ୍ୟାପିବ ସେଥିପାଇଁ କଣ ରହିବ ପ୍ଲାନ ? ଅନଲକ୍‌-୨ ପୂର୍ବରୁ ଆସନ୍ତା ୨୭ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନର କୋଭିଡ୍‌ ସ୍ଥିତି, ସ୍ୱାସ୍ଥ୍ୟ ସେବା ସହ ଅନ୍‌ଲକ୍‌ ୩ ନେଇ ରଣନୀତି ସଂପର୍କରେ ରାଜ୍ୟ ଗୁଡ଼ିକର ମତାମତ ନେଇପାରନ୍ତି ।

ଅନ୍ଯପଟେ, ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ବଢୁୁଥିବାରୁ ଟେନସନ ବଢିବାରେ ଲାଗିଛି । ବିଶେଷକରି ଫୋକସରେ ରହିଛି ରାଜ୍ୟର ୫ ଜିଲ୍ଲା । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ଜିଲ୍ଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଟେନ୍‌ସନ ଅଧିକ। ପୌରାଞ୍ଚଳର ୬୨ ପ୍ରତିଶତ ୱାର୍ଡ ଓ ଗ୍ରାମାଞ୍ଚଳରେ ୧୪ ପ୍ରତିଶତ ଗାଁ କରୋନା ପ୍ରଭାବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.