ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍: ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ ପରିବା ଓ ରାସନ ଦୋକାନ

ସମ୍ବଲପୁର: ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍‌। ଏହି ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ପରିବା ଓ ରାସନ ଦୋକାନ ଖୋଲାରହିବ। ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର, ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲିବ। ଲୋକଙ୍କ ଯାତାୟାତ ଉପରେ ରୋକ ଲାଗିଛି। ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଦୁଇ ଚକିଆ ଗାଡ଼ି ଚଳାଚଳ ମନା । ତେବେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ ଆଦି ଜାରି ରହିବ ବୋଲି କୁହାଯାଇଛି । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୨୫ ତାରିଖ ଯାଏ ୪ ଦିନ ସଟ୍‌ଡାଉନ ରହିଥିଲା। ଏହି ସମୟରେ ଜିଲ୍ଲାରେ ସମସ୍ତ ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ସଂସ୍ଥା ଅଫିସ ବନ୍ଦ ରହିିଥିଲା । ଜିଲ୍ଲା ଭିତରେ ସବୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଜରୁରୀ କାର୍ଯ୍ୟ ବ୍ୟତୀତ ସଟଡାଉନ ସମୟରେ ଦୁଇ ଚକିଆ ଗାଡ଼ି ମଧ୍ୟ ଚଳାଚଳ ବନ୍ଦ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.