Below header

ଆଜି କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ । କାରଗିଲ ବିଜୟ ଦିବସକୁ ବିତିଛି ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ କାର୍ଗିଲରେ ବିଜୟର ପତକା ଉଡ଼ାଇଥିଲେ ଭାତରୀୟ ସେନା। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଲଢେଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ୨ ମାସ ୩ ସପ୍ତାହ ୨ ଦିନ ଧରି ଚାଲିଥିଲା କାରଗିଲ ଯୁଦ୍ଧ। କାର୍ଗିଲ ବିଜୟ ପାଇଁ ୫୨୭ ଜଣ ଯବାନ ବଳିଦାନ ଦେଇଥିଲେ। ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ଆଜି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.