ଗୁରୁବାର ଭାତ ଖାଉଥିଲେ ହୁଅନ୍ତୁ ସାବଧାନ, ଏପରି କଲେ ମିଳିବନି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ
ଗୁରୁବାର ଦିନ ବିଷ୍ଣୁଙ୍କ ପୂଜା କରିବା ସହିତ ଏହି ଦିନ ଉପବାସ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଗୁରୁବାର ଉପବାସ ପାଇଁ କିଛି ବିଶେଷ ନିୟମ ରହିଛି ଯଦି ଏହାକୁ ଠିକ ଭାବେ ପାଳନ କରାନଯାଏ ତେବେ ଉପବାସର ଫଳ ହାସଲ ହୁଏ ନାହିଁ ।

ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଇଛି । ଏହି ଦିନ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା କରାଯାଏ । ଏହି ଦିନ ଶ୍ରୀ ହରିଙ୍କ ପୂଜା ସମସ୍ତ ରୀତିନୀତିରେ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ ଭକ୍ତମାନେ ଭଗବାନ ବିଷ୍ଣୁଙ୍କୁ ଭକ୍ତିର ସହ ପୂଜା କଲେ ଏବଂ ଏହି ଦିନ ଉପବାସ କଲେ ଶ୍ରୀ ହରି ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତଙ୍କ ଉପରେ ଆଶୀର୍ବାଦ ସର୍ବଦା ରଖନ୍ତି ଏବଂ ତାଙ୍କର ସମସ୍ତ କଷ୍ଟକୁ ଦୂର କରନ୍ତି ।
ଗୁରୁବାର ଦିନ ବିଷ୍ଣୁଙ୍କ ପୂଜା କରିବା ସହିତ ଏହି ଦିନ ଉପବାସ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଗୁରୁବାର ଉପବାସ ପାଇଁ କିଛି ବିଶେଷ ନିୟମ ରହିଛି ଯଦି ଏହାକୁ ଠିକ ଭାବେ ପାଳନ କରାନଯାଏ ତେବେ ଉପବାସର ଫଳ ହାସଲ ହୁଏ ନାହିଁ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର କରନ୍ତି ।
ଗୁରୁବାର ପୂଜାର ମହତ୍ତ୍ୱ :
ଗୁରୁବାର ଦିନ ପୂଜା ଓ ଉପବାସ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଏହା ସହ ବିବାହରେ ବାଧାବିଘ୍ନ ଆସୁଥିଲେ ତାହା ମଧ୍ୟ ଦୂରେଇ ଯାଏ । ଗୁରୁବାର ଉପବାସ କଲେ ରାଶି ସମସ୍ୟା ମଧ୍ୟ ଦୂର ହୁଏ ଏବଂ ସେମାନଙ୍କର ଖରାପ ପ୍ରଭାବ ମଧ୍ୟ ଦୂର ହୁଏ । ବୃହସ୍ପତି ଗ୍ରହର ଆଶୀର୍ବାଦ ନେବା ପାଇଁ ଗୁରୁବାର ଦିନ ଭଲ ହୋଇଥାଏ ବୋଲି ଲୋକେ ମାନିଥାନ୍ତି । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ ଏବଂ ପରିବାରରେ ସୁଖ, ସମୃଦ୍ଧି ଏବଂ ଜୀବନରେ ସଫଳତା ଆସିଥାଏ ବୋଲି ବିଶ୍ୱାସ କରାଯାଏ ।
ଗୁରୁବାର ଦିନ ଭାତ କାହିଁକି ଖିଆଯାଏ ନାହିଁ ?
ହିନ୍ଦୁ ଧର୍ମରେ ଚାଉଳର ବିଶେଷ ଗୁରୁତ୍ୱ ରହିଛି । ଯେକୌଣସି ଶୁଭ କାମ ହେଉ କିମ୍ବା ପୂଜା ହେଉ ଚାଉଳ ସବୁ କାମରେ ବ୍ୟବହାର ହୁଏ । ପୂଜାରେ ଏହାକୁ ଅର୍ପଣ କରିବା ବ୍ୟତୀତ ଚାଉଳ ଅନେକ ଶୁଭ କାର୍ଯ୍ୟରେ ବ୍ୟବହାର ହୁଏ, କିନ୍ତୁ ଗୁରୁବାର ହେଉଛି ଏକମାତ୍ର ଦିନ ଯେଉଁଥିରେ ଭାତ ଖାଇବାକୁ ନିଷେଧ କରାଯାଏ । ଏହାର ଏକ ବିଶେଷ କାରଣ ରହିଛି ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ଗୁରୁବାର ଦିନ ହଳଦିଆ ଖାଦ୍ୟ ଖାଇବା ବହୁତ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଭଗବାନ ବିଷ୍ଣୁ ଏଭଳି କଲେ ଖୁସି ହୁଅନ୍ତି । କୁହାଯାଏ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଏହି ଦିନ ଖାଇବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଧନ ହାନି ହେବା ସହ ଦାରିଦ୍ର୍ୟ ଆସିଥାଏ । ଏଥିପାଇଁ ଗୁରୁବାର ଦିନ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ବର୍ଜନ କରାଯାଇଛି । ଚାଉଳରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଧର୍ମ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ଏହା ସହିତ ମା’ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି ।