ମାର୍ଗଶୀର ମାସ ଗୁରୁବାରରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ ଛଣା ମଣ୍ଡାପିଠା

ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ କିପରି ଭାବେ ସୁଜିରେ ଛଣାମଣ୍ଡା ପିଠା ପ୍ରସ୍ତୁତି କରିବେ । ଏହାକୁ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ମଧ୍ୟ ଟେଷ୍ଟି ।

ଆମ ଓଡିଆ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେହି ସବୁ ପର୍ବ ମଧ୍ୟରେ ଗୋଟିଏ ରହିଥାଏ ମାର୍ଗଶୀର ମାସର ଗୁରୁବାର ଓଷା । ତେବେ ସ୍ତ୍ରୀ ଲୋକମାନେ ଏହି ଓଷାକୁ ବହୁତ ମନ ଧ୍ୟାନ ଦେଇ କରିଥାନ୍ତି । ଏହି ଦିନ ସମସ୍ତ ରୀତିନୀତିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହି ପୂଜା ଗୁରୁବାର ଦିନ କରାଯାଏ । ତେବେ ବର୍ତ୍ତମାନ ମାର୍ଗଶୀର ମାସର ଆରମ୍ଭ ହୋଇଯାଇଛି । ଏହି ପୂଜାରେ ବିଭିନ୍ନ ପ୍ରକାରର ଭୋଗ କରାଯାଏ । ଯେପରି ଖୀଚୁଡି,ଡାଲମା, କ୍ଷୀରି, ସିଜା ମଣ୍ଡାପିଠା, ଶାଗ ଭଜା, ଛଣାମଣ୍ଡା ପିଠା ପରି ଆହୁରୀ ଅନେକ ଜିନିଷ ମା’ ଙ୍କ ପାଖରେ ଭୋଗ ଲଗାଯାଏ । ଏହି ସବୁ ଭୋଗ ମଧ୍ୟରୁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ କିପରି ଭାବେ ସୁଜିରେ ଛଣାମଣ୍ଡା ପିଠା ପ୍ରସ୍ତୁତି କରିବେ । ଏହାକୁ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ମଧ୍ୟ ଟେଷ୍ଟି ।

ଆବଶ୍ୟକ ସାମଗ୍ରୀ :
୧ କିଲୋଗ୍ରାମ ସୁଜି
୧ କିଲୋଗ୍ରାମ ରିଫାଇନ୍‌ ତେଲ
୨ଟି ନଡିଆ
୫୦୦ ଗ୍ରାମ ଛେନା
୫୦୦ ଗ୍ରାମ ଚିନି
୫୦୦ ଗ୍ରାମ ଗୁଡ
୬ ରୁ ୭ ଟି ଗୁଜୁରାତି
ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ :
ସୁଜିରେ ଛଣାମଣ୍ଡା ପିଠା ତିଆରି କରିବା ପାଇଁ ଗ୍ୟାସରେ ଏକ ପାତ୍ର ବସାଇବେ ଏବଂ ସେଥିରେ ୧ ଲିଟର ପାଣି ଦେଇ ତାକୁ ଭଲ ଭାବେ ଫୁଟିବା ପାଇଁ ଦେବେ । ସେହି ପାଣି ଫୁଟିବା ପରେ ସେଥିରେ ଗୁଡ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇବେ ଏହା ପରେ ସେଥିରେ ସୁଜି ମଧ୍ୟ ପକାଇ ତାକୁ ଭଲ ଭାବେ ଜନ୍ତି ଦେବେ । ତାପରେ ସେହି ଜନ୍ତିଥିବା ଆଣକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦେବେ ।

ସେହି ଜନ୍ତଣିକୁ ଥଣ୍ଡା ହେବା ପାଇଁ ଛଡିଦେଇ ଏହାର ପୂର ପ୍ରସ୍ତୁତି କରିବେ । ଏହି ପୂର ତିଆରି କରିବା ପାଇଁ ନଡିଆକୁ କୋରି ଦେବେ ଓ ସେଥିରେ ଛେନାକୁ ଭଲ ଭାବେ ମିଶେଇ ଦେବେ । ଏହା ପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇବେ ଏବଂ ସେଥିରେ ମିଶାଇ ରଖିଥିବା ପୂରକୁ ପକାଇ ଭଲ ଭାବେ ଚିନି ପକାଇ ଭାଜି ଦେବେ ।

ଏହାପରେ ଜନ୍ତି ଥିବା ଆଣକୁ ଭଲ ଭାବେ ଚକୁଡି ଦେବେ । ଏହାପରେ ଗୋଟିଏ ଗୋଟିଏ କରି ଗୋଲ କରି ଏକ ତାଟିଆର ସେଫ୍‌ ତିଆରି କରିବେ, ଏହାପରେ ସେଥିରେ ଭାଜି ଥିବା ପୂରକୁ ଦେବେ । ଏହା ସହ ତାକୁ ଠିକ୍‌ ଭାବେ ସିଲ୍‌ କରିଦେବେ, ଯେପରି ତା ଭିତରୁ ପୂର ବାହାରକୁ ନବାହାରିବ । ଏହି ପରି ସବୁ ପିଠାକୁ ଗଢି ଦେବେ । ପିଠାକୁ ଗଢିବା ପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇବେ ଏବଂ ସେଥିରେ ତେଲ ପକାଇବେ, ତେଲ ଗରମ ହେବା ପରେ ଗଢିଥିବା ପିଠାରୁ ଗୋଟିଏ ଗୋଟିଏ କରି ସବୁୁ ଛାଣି ଦେବେ । ଦେଖିବେ ପିଠାଟି ବ୍ରାଉନ୍‌ କଲର ହେବା ପର୍ଯ୍ୟନ୍ତ ଛାଣିବେ । ଏହା ପରେ ଦେଖିବେ ଏହି ଛଣାମଣ୍ଡା ପିଠା ପ୍ରସ୍ତୁତି ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.