ଘରେ ବନାନ୍ତୁ ଚକୋଲେଟ ବିସ୍କୁଟ କେକ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଚକୋଲେଟ କେକ ତ ସମସ୍ତଙ୍କୁ ପସନ୍ଦ କିନ୍ତୁ କ'ଣ ଆପଣ କେବେ ଚକୋଲେଟ ବିସ୍କୁଟ କେକ ଖାଇଛନ୍ତି କି? ଏହା ମଧ୍ୟ ଖୁବ ସ୍ୱାଦିଷ୍ଟ । ଆଜି ଆମେ ଆପଣଙ୍କ ପାଇଁ ଏହି କେକର ରେସିପି ନେଇଆସିଛୁ ଯାହା ଦ୍ୱାରା ଆପଣମାନେ ଘରେ ଅତି ସହଜ ଉପାୟରେ ଚକୋଲେଟ ବିସ୍କୁଟ କେକ ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଚକୋଲେଟ କେକ ତ ସମସ୍ତଙ୍କୁ ପସନ୍ଦ କିନ୍ତୁ କ’ଣ ଆପଣ କେବେ ଚକୋଲେଟ ବିସ୍କୁଟ କେକ ଖାଇଛନ୍ତି କି? ଏହା ମଧ୍ୟ ଖୁବ ସ୍ୱାଦିଷ୍ଟ । ତେବେ ସମସ୍ତେ ବାହାର ବେକେରୀ କିମ୍ବା ରେସ୍ତୋରାଁରୁ କେକ ଖାଇବାକୁ ଖୁବ ପସନ୍ଦ କରନ୍ତି କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ଆମ ଶରୀର ପକ୍ଷେ ହିତକର ହୋଇନଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏହି କେକର ରେସିପି ନେଇଆସିଛୁ ଯାହା ଦ୍ୱାରା ଆପଣମାନେ ଘରେ ଅତି ସହଜ ଉପାୟରେ ଚକୋଲେଟ ବିସ୍କୁଟ କେକ ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:
ଅଧା କପ ମଇଦା, ୧ କପ ତେଲ, ୧ କପ ଚିନି, କିଛି ଚକୋଲେଟ ବିସ୍କୁଟ, ଚକୋଚିପ୍ସ, କ୍ଷୀର, ଡ୍ରାଏ ଫ୍ରୁଟ୍ସ, ଚକୋଲେଟ ପାଉଡର, ଚକୋଲେଟ ସିରପ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚକୋଲେଟ ବିସ୍କୁଟ ସବୁକୁ ଗୁଣ୍ଡ କରିଦିଅନ୍ତୁ । ଏହା ପରେ ଏଥିରେ ଚିନି, କ୍ଷୀର ମିଶାଇ ଭଲରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପରେ ମଇଦା ବା ଅଟା ମିଶାଇବା ସହିତ ଚକୋ ପାଉଡର ଏବଂ ତେଲ ମିଶାଇ ଭଲରେ ଗୋଳାଇଦିଅନ୍ତୁ । ଏଥି ସହିତ ଚକୋଚିପ୍ସ ମଧ୍ୟ ମିଶାନ୍ତୁ । ପରେ ଏଥିରେ ଡ୍ରାଏ ଫ୍ରୁଟ ମିଶାଇ କିଛି ସମୟ ରଖି ଦିଅନ୍ତୁ । ମିଶ୍ରଣ ପ୍ରସ୍ତୁତ ହେବା ପରେ ଏହାକୁ କେକ ପ୍ୟାନରେ ତେଲ ମାରି ଦେଇ ରଖନ୍ତୁ ।

ଆପଣ ଏହାକୁ ମାଇକ୍ରୋଓଭନ କିମ୍ୱା ପ୍ରେସର୍ କୁକରରେ ତିଆରି କରି ପାରିବେ । ପ୍ରେସର୍ କୁକରରେ ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ମିନିଟ ରୁ ୧ ଘଣ୍ଟା ସମୟ ଲାଗିବ । ଆପଣ ଏହାକୁ ଥଣ୍ଡା ହେବା ପରେ ଖାଇ ପାରିବେ କିମ୍ୱା ଗରମ ଗରମ ମଧ୍ୟ ଖାଇ ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.