Below header

ଫେବ୍ରୁଆରୀ ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଫେବ୍ରୁଆରୀ ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ।

ଭୁ‌ବନେଶ୍ବର: ଫେବ୍ରୁଆରୀ ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ। ପରେ ଝାରସୁଗୁଡାରେ ଏକ ପାୱାର ପ୍ଲାଣ୍ଟ ଓ ରେଳବାଇର କିଛି ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ଅନ୍ୟ କିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମୋଦିଙ୍କ ଗସ୍ତର ପ୍ରଭାବ ସାରା ରାଜ୍ୟରେ ରହିବ । ଗତ ଡିସେମ୍ବର ୨୪ରେ ମୋଦି ଓଡ଼ିଶା ଆସି ସମ୍ବଲପୁରରେ ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଉଦ୍ ଘାଟନ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ କୌଣସି କାରଣରୁ ଆସି ପାରିନଥିଲେ ।

ଶେଷଥର ଗତ ବର୍ଷ ଜୁନ ମାସରେ ବାହାନଗାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତ ଦଳୀୟକର୍ମୀ ଓ ସମ୍ବଲପୁର ବାସୀଙ୍କ ମଧ୍ୟରେ ଉତ୍ସାହ ଭରିଦେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବାରୁ ଏହା ସିଧାସଳଖ ପ୍ରଭାବ ପକାଇବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.