ବୀର ଗାଥା: ଦିନକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ବର୍ଣ୍ଣାଳୀ ସାହୁ, ଭାଷଣ ଦେବାକୁ କହିଲେ ରାଜନାଥ ସିଂ

ଦିନକ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ଛାତ୍ରୀ ବର୍ଣ୍ଣାଳୀ ସାହୁ । ସାଧାରଣତନ୍ତ୍ର ଦିବସ ସମାରୋହର ଅଂଶ ସ୍ୱରୂପ ଦିଲ୍ଲୀର ଡିଆର୍‌ଡିଓ ଭବନରେ ଗୁରୁବାର ଆୟୋଜିତ ହୋଇଥିଲା ‘ବୀର ଗାଥା’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତରଫରୁ ଭାଷଣ ପ୍ରଦାନ କରିଥିଲେ ବର୍ଣ୍ଣାଳୀ ।

ଦିନକ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ଛାତ୍ରୀ ବର୍ଣ୍ଣାଳୀ ସାହୁ । ସାଧାରଣତନ୍ତ୍ର ଦିବସ ସମାରୋହର ଅଂଶ ସ୍ୱରୂପ ଦିଲ୍ଲୀର ଡିଆର୍‌ଡିଓ ଭବନରେ ଗୁରୁବାର ଆୟୋଜିତ ହୋଇଥିଲା ‘ବୀର ଗାଥା’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତରଫରୁ ଭାଷଣ ପ୍ରଦାନ କରିଥିଲେ ବର୍ଣ୍ଣାଳୀ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରାଜେକ୍ଟ ‘ବୀର ଗାଥା’କୁ ସମ୍ବୋଧିତ କରୁଥିଲେ ରାଜନାଥ ସିଂ । ଏହି ସମୟରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଓଡ଼ିଶାର ଛାତ୍ରୀ ବର୍ଣ୍ଣାଳୀ ସାହୁଙ୍କୁ ତାଙ୍କ ତରଫରୁ ଭାଷଣ ଦେବା ପାଇଁ କହିଥିଲେ ।

ବର୍ଣ୍ଣାଳୀ ସାହୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାଷଣ ପଢ଼ି କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ହାସଲ କରିବା ପାଇଁ ସମସ୍ତ କାରକ ଜରୁରୀ । କିନ୍ତୁ ସେଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପିଲାମାନଙ୍କର ରହିବ । ଏହି ପିଲାମାନେ ଏକ ବିକଶିତ ରାଷ୍ଟ୍ରର ଦାୟିତ୍ୱ ନିଜ କାନ୍ଧରେ ଉଠାଇବେ । ଏକ ବିକଶିତ ରାଷ୍ଟ୍ରର ନିର୍ମାଣ ପାଇଁ ପିଲାମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ଏଠାରେ ଥିବା ସମସ୍ତ ପିଲା ଏହି ଦେଶର ସମ୍ପତ୍ତି, ଯାହା ଏହାକୁ ଆକାର ଦେବ’ ।

କଟକ ଡିଏଭି ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ବର୍ଣ୍ଣାଳୀ କହିଛନ୍ତି, ‘ଏହା ମୋ ପାଇଁ ଅବିଶ୍ୱସନୀୟ କ୍ଷଣ ଥିଲା । ପ୍ରତିରକ୍ଷା ମନ୍ତ୍ରୀଙ୍କ ତରଫରୁ ଭାଷଣ ଦେଇ ମୋତେ ବହୁତ ଗର୍ବ ଅନୁଭବ ହେଲା । ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା’ ।

ଏହି କାର୍ଯ୍ୟକ୍ରମରେ ପାଖାପାଖି ୨.୪୩ ଲକ୍ଷ ସ୍କୁଲର ୧.୩୭ କୋଟି ଛାତ୍ରଛାତ୍ରୀ ସକ୍ରିୟ ରୂପେ ଭାଗ ନେଇଥିଲେ । ଜାତୀୟ ସ୍ତରରେ ମୋଟ ୧୦୦ ଜଣ ବିଜେତାଙ୍କୁ ବଛାଯାଇଥିଲା । ‘ସୁପର-୧୦୦’ କୁହାଯାଉଥିବା ଏହି ୧୦୦ ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ ଶ୍ରେଣୀରେ ପୁରସ୍କାର ପାଇଥିଲେ । ପୁରସ୍କାର ବିଜେତାମାନେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅଂଶଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.