Below header

ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ

ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ। ନିଖୋଜ ମହିଳାଙ୍କୁ ଖୋଜାଖୋଜି ବେଳେ ପାହାଡରୁ ଉଦ୍ଧାର ହେଲା ମୃତଦେହ।

ଦାରିଙ୍ଗବାଡି : ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ। ନିଖୋଜ ମହିଳାଙ୍କୁ ଖୋଜାଖୋଜି ବେଳେ ପାହାଡରୁ ଉଦ୍ଧାର ହେଲା ମୃତଦେହ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବି. ଡକେବାଡ଼ିର ବଡଧାଡ଼ି ଗାଁରେ ଅଭାବନୀୟ ଘଟଣା। ବଡ଼ଧାଡି ଗାଁର ମିଥୁନ ପ୍ରଧାନଙ୍କ ପତ୍ନୀ ସାନ୍ତ୍ବନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ।

ତାଙ୍କୁ ପରିବାର ଲୋକ ବହୁ ଖୋଜାଖୋଜି କରି ନପାଇବା ପରେ ଆଜି ଅରିବାଲି ପାହାଡ଼ରେ ଖୋଜାଖୋଜି କରିଥିଲେ। ପାହାଡ଼ ଉପରୁ ସାନ୍ତ୍ବନାଙ୍କ ମରଶରୀର ଦେଖି ଦାରିଙ୍ଗବାଡି ଥାନାକୁ ସୂଚନା ଦେଇଥିଲେ। ମିଥୁନ ପ୍ରଧାନଙ୍କୁ ପୋଲିସ ପଚରାଉଚରା କରିବା ବେଳେ ସେ ଗାମୁଛାରେ ନିଜ ସ୍ତ୍ରୀର ଗଳା ଚାପି ହତ୍ୟା କରିବା ପରେ ଅରିବାଲି ପାହାଡ଼ରେ ଫୋପାଡ଼ି ଦେଇଥିବା ସ୍ୱୀକାର କରିଛି । ପୋଲିସ ମିଥୁନକୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ୭ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ଏକ ୭ ବର୍ଷର ପୁଅ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.