Below header

ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର ଚମକିଲେ, ଇଂଲଣ୍ଡର ୨୪୫ ରନ୍‌ ଜବାବରେ ଭାରତ ୧୧୯/୧

ଯଶସ୍ୱୀ ଜୟସ୍ୱାଲ ୭୬ ରନ୍‌ରେ ଅପରାଜିତ, ୯ ଚୌକା, ୩ ଛକା

ହାଇଦ୍ରାବାଦ : ସ୍ପିନରଙ୍କ ସଫଳତା ପରେ ପ୍ରଥମ ଟେଷ୍ଟରେ ବ୍ୟାଟରଙ୍କ ବଡ଼ ଜବାବ । ଆଜି ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ୨୪୬ ରନ୍‌ରେ ଅଲଆଉଟ୍‌ କରିବା ପରେ ଟିମ୍‌ ଇଣ୍ଡିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ୧୧୯ ରନ୍‌ କରିଛି । ହାତରେ ୯ଟି ଓ୍ଵିକେଟ୍‌ ଥାଇ ଇଂଲଣ୍ଡ ଠାରୁ ୧୨୭ ରନ୍‌ ପଛରେ ଅଛି ।

ଆଜି ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ତେବେ ଭାରତୀୟ ସ୍ପିନର ଜାଡେଜା, ଅଶ୍ୱିନ୍‌ ଓ ଅକ୍ଷର ପଟେଲଙ୍କ ସାଙ୍ଗକୁ ବୁମରାଙ୍କ ପେସ୍‌ ଇଂଲଣ୍ଡ ବ୍ୟାଟରଙ୍କୁ ଘାଇଲା କରିଦେଲା । ତେବେ ଷ୍ଟୋକ୍ସ ୮୮ ବଲରେ ଦ୍ରୁତ ୭୦ ରନ୍‌ କରି ଦଳର ସମ୍ମାନ ରଖିଥିଲେ । ଡକେଟ୍‌ ୩୫, ରୁଟ୍ସ ୨୯, ବ୍ୟାରେଷ୍ଟୋ ୩୭ ଏବଂ ଶେଷ ଭାଗରେ ଟମ୍‌ ହାର୍ଟଲୀ ମାତ୍ର ୨୪ ବଲରୁ ୨୩ ରନ୍‌ ସଂଗ୍ରହ କରିଥିଲେ ।

ଭାରତ ତରଫରୁ ଜାଡେଜା ଓ ଅଶ୍ୱିନ୍‌ ୩ଟି ଲେଖାଏଁ ଏବଂ ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି କରି ଓ୍ଵିକେଟ୍‌ ନେଇଥିଲେ ।

ପରେ ଭରତୀୟ ଦଳ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମାଙ୍କୁ ୮୦ ରନ୍‌ ସ୍କୋର ବେଳେ ହରାଇଥିଲା । ସେ ୨୭ ବଲରେ ୨୪ ରନ୍‌ କରିଛନ୍ତି । ଯୁବ ଓପ୍ନର ଯଶସ୍ୱୀ ଜୟସ୍ୱାଲ ମାତ୍ର ୭୦ ବଲ୍‌ ଖେଳି ୭୬ ରନ୍‌ (୯ ଚୌକା, ୩ ଛକା) ରେ ଅପରାଜିତ ଅଛନ୍ତି । ଶୁବମନ ଗିଲ୍‌ ୧୪ ରନ୍‌ କରି ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.