କେବେ ଟ୍ରାଏ କରିଛନ୍ତି କି ମଖାନା ଚାଟ୍‌ ? ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ମଖାନାକୁ ଆପଣ ସ୍ନାକ୍ସ ଭାବରେ ମଧ୍ୟ ଖାଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ୨ ଟି ରେସିପି କହିବୁ ଯାହାକୁ ଆପଣ ଅତି ସହଜରେ ତିଆରି କରିପାରିବେ । ଆପଣ ଏହି ଦୁଇଟି ଉପାୟରେ ମଖାନା ଚାଟ୍ ତିଆରି କରିପାରିବେ, ଯାହା ଉଭୟ ଛୋଟ ପିଲା ଏବଂ ବଡ଼ ଲୋକମାନେ ଖାଇପାରିବେ ।

ସାଧାରଣତଃ ଆମେ ମଖାନା ଦାଲିୟା କିମ୍ବା ଖିରିରେ ମିଶାଇ ଖାଇଥାଉ, କିନ୍ତୁ ଆପଣ ଏହାକୁ ସ୍ନାକ୍ସ ଭାବରେ ମଧ୍ୟ ଖାଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ୨ ଟି ରେସିପି କହିବୁ ଯାହାକୁ ଆପଣ ଅତି ସହଜରେ ତିଆରି କରିପାରିବେ । ଆପଣ ଏହି ଦୁଇଟି ଉପାୟରେ ମଖାନା ଚାଟ୍ ତିଆରି କରିପାରିବେ, ଯାହା ଉଭୟ ଛୋଟ ପିଲା ଏବଂ ବଡ଼ ଲୋକମାନେ ଖାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ମଖାନା ଚାଟ୍ ତିଆରି କରିବେ ।

ଯଦି ଆପଣ କିଛି ଲୁଣିଆ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ମଖାନାର ବଟର ରସୁଣ ଚାଟ୍ ଟ୍ରାଏ କରନ୍ତୁ । ଏହା ତିଆରି କରିବା ଅତି ସହଜ ଏବଂ ଏହା ବହୁତ ଟେଷ୍ଟି ଏହାକୁ ଥରେ ଖାଇବା ପରେ ଆପଣ ପ୍ରତ୍ୟେକ ଥର ଏହି ଚାଟ୍ ତିଆରି କରିବା ପାଇଁ ଇଛା କରିବେ । ତାହେଲେ ଆସନ୍ତୁ ଜାଣିବା ମଖାନା ଚାଟ୍ ତିଆରି କରିବାର ପଦ୍ଧତି ।
ଆବଶ୍ୟକ ସାମଗ୍ରୀ :
ମଖାନା -୨ଟି କପ୍‌
ବଟର – ୪ ଚାମଚ
ରସୁଣ ପେଷ୍ଟ – ୧ ଚାମଚ
ଲୁଣ ସ୍ୱାଦ ଅନୁଯାୟୀ
କଳା ଲଙ୍କା ପାଉଡର – ୨ ଚାମଚ

ପ୍ରସ୍ତତୁି ପ୍ରଣାଳୀ :
ସର୍ବପ୍ରଥମେ ଗ୍ୟାସ ଉପରେ ଏକ ପ୍ୟାନ ବସାଇ ସେଥିରେ ମଖାନାକୁ ଭାଜନ୍ତୁ ଏବଂ ପରେ ଏକ ପାତ୍ରରେ ରଖନ୍ତୁ । ତାପରେ ସେଥିରେ ଏକ ପ୍ୟାନରେ ବଟର ଏବଂ ରସୁଣ ପେଷ୍ଟକୁ ଭଲ ଭାବେ ମିଶାନ୍ତୁ । ଯେତେବେଳେ ଏହା ଭଲ ଭାବରେ ମିଶିଯିବ, ସେଥିରେ ଲୁଣ ଏବଂ କଳା ଲଙ୍କା ଗୁଣ୍ଡ ପକାଇ ଭଲ ଭାବରେ ଭାଜନ୍ତୁ । ଦେଖିବେ ସେହି ପେଷ୍ଟ ପ୍ରସ୍ତୁତ ହୋଇଗଲ ପରେ, ସେଥିରେ ମଖାନା ମିଶାନ୍ତୁ ଏବଂ ଏହାକୁ ଖରିକା ସାହାର୍ଯ୍ୟରେ ଭଲ ଭାବରେ ମିଶାନ୍ତୁ । ଯେତେବେଳେ ଏହା ଭଲ ଭାବରେ ଭଜା ହୋଇଯାଏ, ଏହାକୁ ଏକ ପାତ୍ରରେ ବାହାର କରି ସମସ୍ତଙ୍କୁ ଖାଇବା ପାଇଁ ଦିଅନ୍ତୁ । ଦେଖିବେ ସେ ବଡ଼ ହେଉ କିମ୍ବା ଛୋଟ ପିଲା ତାଙ୍କୁ ଏହି ଚାଟ୍‌ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ ।

ମଖାନାର ମିଠା ଚାଟ୍ :
ଯଦି ଆପଣ ମିଠା ଖାଦ୍ୟ ପସନ୍ଦ କରୁଛନ୍ତି, ତାହେଲେ ଆପଣ ଗୁଡରୁ ପ୍ରସ୍ତୁତ ମଖାନା ଚାଟ୍ ତିଆରି କରିପାରିବେ । ଏହାକୁ ତିଆରି କରିବା ବହୁତ ସହଜ । ତାହେଲେ ଆସନ୍ତୁ ଜାଣିବା ମିଠା ଚାଟ୍ ତିଆରି କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ :
ମଖାନା – ୨ଟି କପ୍‌
ଘି – ୨ ଚାମଚ
ଗୁଡ଼ – ୧ ରୁ ୨ କପ୍‌
ଖସା ମଞ୍ଜି – ୧ ଚାମଚ

ପ୍ରସ୍ତତୁି ପ୍ରଣାଳୀ :
ସର୍ବପ୍ରଥମେ ଏକ ପାତ୍ରରେ ମଖାନାକୁ ଭାଜନ୍ତୁ ଏବଂ ପରେ ଏକ ପାତ୍ରରେ ବାହାର କରନ୍ତୁ । ଏବେ ପ୍ୟାନରେ ଘି, ଗୁଡ଼ ଏବଂ ଖସା ମଞ୍ଜି ମିଶାଇ ଭଲ ଭାବରେ ମିଶାଇ ଦେବେ । ଯେତେବେଳେ ସମସ୍ତ ଜିନିଷ ଭଲ ଭାବରେ ମିଶି ଯିବ । ସେତେବେଳେ ଏହାକୁ ଏକ ପାତ୍ରରେ ବାହାର କରିଦେବେ । ଦେଖିବେ ଏହି ମିଠା ମଖାନା ଚାଟ୍ ଖାଇବା ପାଇଁ କେତେ ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.