Below header

ଚାକିରି ନାଁରେ ଠକେଇ: ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା EOW

ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି ମୋବାଇଲ, ୧୨ଟି ଏଟିଏମ୍ ସହ ୧ ଲକ୍ଷ ଟଙ୍କା ଜବତ ହୋଇଛି । ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରୁ ଅପରେଟିଂ କରୁଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି ମୋବାଇଲ, ୧୨ଟି ଏଟିଏମ୍ ସହ ୧ ଲକ୍ଷ ଟଙ୍କା ଜବତ ହୋଇଛି । ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରୁ ଅପରେଟିଂ କରୁଥିଲେ। ଓଡ଼ିଶା ସମେତ ୬ଟି ରାଜ୍ୟରେ ଚାଲିଥିଲା ଠକେଇ ରାକେଟ୍। ହାଇଦ୍ରାବାଦର ମହମ୍ମଦ ସନାଉଲ୍ଲା ଓ ସାକ୍ଷୀ ଜୈନ , ବାଲେଶ୍ଵରର ସୁରତ ଦଳାଇ ଗିରଫ । ଏହି ତିନିଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ EOW । ଅଭିଯୁକ୍ତମାନେ ଗତ କିଛି ମାସରୁ ଓଡିଶାରେ କ୍ୟାମ୍ପ କରିଥିଲେ।

ସହାୟକ ବିଦ୍ୟାଳୟ କଲ୍ୟାଣ ସମିତି ଦ୍ୱାରା ବିଜ୍ଞାପନ ପ୍ରକାଶିତ ହୋଇଥିଲା ଯେଉଁଥିରେ ବିକାଶ ଅଧିକାରୀ, କଲ୍ୟାଣ ଅଧିକାରୀ, ବିଭିନ୍ନ ପଦବୀ ପାଇଁ ଓଡିଶାର ସହାୟକ ବିଦ୍ୟାଳୟରେ ଅଣ-ଶିକ୍ଷାଦାନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ବାହାରିଥିଲା। ନିର୍ଦ୍ଦିଷ୍ଟ ଯୋଗ୍ୟତା ଏବଂ ପାରିଶ୍ରମିକ ସହିତ ବିଦ୍ୟାଳୟର ସୁପରଭାଇଜର, ସ୍କୁଲ୍ କିରାଣୀ, ସ୍କୁଲ୍ ଆଟେଣ୍ଡାଣ୍ଟ ଏବଂ ଜଗୁଆଳି ପାଇଁ ନିଯୁକ୍ତି ବାହାରିଥିଲା । ଦରମା ମାସିକ ୨୮ହଜାରରୁ ୪୦ହଜାର ପର୍ଯ୍ୟନ୍ତ ଥିବା ବିଜ୍ଞାପନ ରେ ଦର୍ଶାଇଥିଲେ। ଓଡ଼ିଶାରୁ ହଜାରେରୁ ଅଧିକ ଦେଶରୁ ୧୦ ହଜାର ଲୋକଙ୍କୁ ଠକି ଥିବା ଜାଣିବାକୁ ପାଇଛି EOW ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.