Below header

ହଜାର ହଜାର ଯୋଗ୍ୟ ହିତାଧିକାରୀ ଘର ପାଇବା ଅପେକ୍ଷାରେ, ଏବେବି ଅନେକ ଲୋକ ଚାଳ ଛପର ଘରେ ବିତୁଛି ଲୋକଙ୍କ ଜୀବନ

ଶୁଣୁନାହାଁନ୍ତି ବ୍ୟାଙ୍କ କର୍ମଚାରୀ କି ବ୍ଲକ କର୍ମଚାରୀ କି ଶୁଣୁନାହାଁନ୍ତି ସରକାର । କେବେ ଆମ ଦୁଃଖ ବୁଝିବେ କେବେ ଆମ ଗୁହାରୀ ଶୁଣିବେ । ଯେତେ ଚେଷ୍ଟା କଲେ ବିଫେଲ ମାରିଛି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା?

ଆଜ୍ଞା ଥରେ ଏ ଘର ଉପରେ ନଜର ପକାନ୍ତୁ । ଏଠି ଖାଲି ଆପଣଙ୍କୁ ଦେଖାଯିବ ଝାଟି ମାଟି ଆଉ ଜରି ପାଲ । ଘରେ କାନ୍ଥ ବି ନାହିଁ । ଆଉ ଏଇଠି ଚଳୁଛନ୍ତି ଅନେକ ପରିବାର । ଏମିତିକା ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଅନେକ ପରିବାର। ଆଉ କେତେ ଦୌଡିବୁ । ଦୌଡି ଦୌଡି ଜୋତା ଛିଡିଗଲାଣି କିନ୍ତୁ କିଛି ସୁଫଳ ହେଉନି । ଶୁଣୁନାହାଁନ୍ତି ବ୍ୟାଙ୍କ କର୍ମଚାରୀ କି ବ୍ଲକ କର୍ମଚାରୀ କି ଶୁଣୁନାହାଁନ୍ତି ସରକାର । କେବେ ଆମ ଦୁଃଖ ବୁଝିବେ କେବେ ଆମ ଗୁହାରୀ ଶୁଣିବେ । ଯେତେ ଚେଷ୍ଟା କଲେ ବିଫେଲ ମାରିଛି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା?

ହଜାର ହଜାର ଯୋଗ୍ୟ ହିତାଧିକାରୀ ଘର ପାଇବା ଅପେକ୍ଷାରେ । କିନ୍ତୁ ଏବେବି ଅନେକ ଲୋକ ଚାଳ ଛପର ଘରେ ବିତୁଛି ଲୋକଙ୍କ ଜୀବନ । ସରକାର ଙ୍କ ମୋ ଘର ଯୋଜନା କେବେଳ ନିର୍ବାଚନ ଥୋପ ଥିଲା କି । ଯୋଗ୍ୟ ହିତାଧିକାରୀ ମାନେ ବ୍ଲକ ଏବଂ ବ୍ୟାଙ୍କ ଦଉଡି ଦଉଡି ଥକି ଗଲେଣି କିନ୍ତୁ ଘର ଯୋଗାଇବାରେ ବିଫଳ ରାଜ୍ୟ ସରକାର । ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଫଳ ପୁରା ଶୂନ ଏମିତି ଅଭିଯୋଗ କରିଛନ୍ତି ମୋ ଘର ଯୋଜନାର ହିତାଧିକାରୀମାନେ ।

ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚିତ୍ର କେମିତି ଲୋକମାନେ ଏବେ ବି ଚାଳ ଛଫର ଘରେ ରହୁଛନ୍ତି । କିନ୍ତୁ ସରକାର ଆବାସ ଯୋଜନା ପରେ ନୂଆ ଯୋଜନା କଲେ ମୋ ଘର ଯୋଜନା କିନ୍ତୁ ଏହି ଯୋଜନା ରେ ହଜାର ହଜାର ହିତାଅଧିକାରୀ ମାନେ ଯୋଗ୍ୟ ହୋଇ ସାମିଲ ହେଲା କିନ୍ତୁ, ଏ ପର୍ଯ୍ୟନ୍ତ ହାତ ଗଣତି ଲୋକ ମାନେ ପାଇଲେ ଅନେକ ଲୋକ ମାନେ ଏବେ ବି ବଂଚିତ ଏହି ଯୋଜନାରୁ । ବାରମ୍ବାର ବ୍ଲକ ଅଫିସ ଠାରୁ ବ୍ୟାଙ୍କ ଦୋଉଡି ବା ପରେ କୌଣସି ଫଳ ମିଳିନାହିଁ ବୋଲି କହିଛନ୍ତି ଲୋକେ । ଏପଟେ ଏହି ଯୋଜନା ସମ୍ପୂର୍ଣ ଫେଲ ବୋଲି ମନ୍ଦ୍ୟ ଅଭିଯୋଗ ଆସିଛି, ତାହା ସହ ନିର୍ବାଚନ ବେଳେ ଏମିତି ଯୋଜନା କରିଥାନ୍ତି ରାଜ୍ୟ ସରକାର କିନ୍ତୁ ଯୋଜନା ଫଳ ପ୍ରଦ ହୁଏ ନାହିଁ ବୋଲି କହିଛନ୍ତି ଲୋକେ ।

ଏହି ନିର୍ବାଚନ ମଣ୍ଡଳୀ ରେ ଦୁଇଟି ବ୍ଲକ ଗୋଟେ ହେଉଛି ନିଶ୍ଚିନ୍ତକୋଇଲି ବ୍ଲକ ଆଉ ଗୋଟେ ମାହାଙ୍ଗା ବ୍ଲକ,ଏହି ବ୍ଲକ ରୁ ମାହାଙ୍ଗା ବ୍ଲକ ରେ ସର୍ବାଧିକ ୪ ହଜାରରୁ ଉର୍ଦ୍ଧ ହିତାଅଧିକାରୀ ଯୋଗ୍ୟ ହୋଇଥିବା ବେଳେ ଜମା 5ଜଣ ଙ୍କୁ ଟଙ୍କା ମିଳିଥିବା ଜଣାପଡିଛି । ଏବେ ନିଶ୍ଚିନ୍ତକୋଇଲି ବ୍ଲକରେ ବି ସମାନ ଅବସ୍ଥା ଏହି ବ୍ଲକ ରେ ୨୮୬୦ ଜଣ ଯୋଗ୍ୟ ଥିଲା ବେଳେ ମାତ୍ର ୨ ଜଣଙ୍କୁ ହିଁ ମିଳିପାରିଛି ଟଙ୍କା । ସବୁଠାରୁ ବଡ଼ କଥା ହେଲା ମୋ ଘର ଯୋଜନା ରେ ସାମିଲ ହୋଇଥିବା ହିତାଅଧିକାରୀ ମାନଂକୁ ବ୍ୟାଙ୍କ କତୃପକ୍ଷ ମାନେ ନିଜ ନାମ ରେ ଥିବା ଘର ପଟା ସହିତ ଲକ୍ଷେ ୨୦ ହଜାର ର ରୋଜଗାର ସାର୍ଟିଫିକେଟ ଦେଲେ ଟଙ୍କା ମିଳିବ ବୋଲି କହିଛନ୍ତି ହିତାଅଧିକାରୀ ମାନଂକୁ । ଯେଉଁଟି ପେଟ ଚିନ୍ତା ଚମତ୍କାର ସେଠି ଲକ୍ଷେ କୋଡିଏ ହଜାର ରୋଜଗାର କେଉଁଠି ଆସିବ ନା ପକା ଘର ମିଳିବ । ଏପଟେ ମାହାଙ୍ଗା bdo କହିଛନ୍ତି ଆମେ ଖୁବ ଶୀଘ୍ର ଏହି ଯୋଜନା ଅଧିକ ରୁ ଅଧିକ ଲୋକ କେମିତି ପାଇବେ ଆମେ ବ୍ୟାଙ୍କ ସହ ଆଲୋଚନା କରିବୁ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.