ସନ୍ଧ୍ୟାବେଳେ ଘରେ ବନାନ୍ତୁ ମାଛ ପକୋଡ଼ା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମହୁରାଳି ମାଛ ପକୋଡା ଏହା ଏକ ଟ୍ରାଡିସନାଲ ଡିସ । ଏହାକୁ ଷ୍ଟାଟର କିମ୍ବା ସ୍ନାକ୍ସ ରୂପରେ ସର୍ଭ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ମହୁରାଳି ମାଛ ପକୋଡା ଏହା ଏକ ଟ୍ରାଡିସନାଲ ଡିସ । ଏହାକୁ ଷ୍ଟାଟର କିମ୍ବା ସ୍ନାକ୍ସ ରୂପରେ ସର୍ଭ କରାଯାଇଥାଏ । ଏହାକୁ ଲୋକମାନେ ଭାତ ଏବଂ ଡାଲି ସହିତ ମଧ୍ୟ ଖାଇଥାନ୍ତି । ଏହି ରେସିପିରେ ପକୋଡା ଅଳ୍ପ ସୋରିଷ ତେଲରେ ଛଣା ଯାଇଥାଏ । କିନ୍ତୁ ଆପଣ ଏହାକୁ ଡିପ୍ ଫ୍ରାଏ ବି କରିପାରିବେ । ଏହି ରେସିପିକୁ ବନାଇବାକୁ ବହୁତ ସହଜ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

୫୦୦ ଗ୍ରାମ୍ ମହୁରାଳି ମାଛ, ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର, ଆବଶ୍ୟକ ଅନୁସାରେ ବେସନ, ୨ ବଡ଼ ଚାମଚ ଚାଉଳ ଗୁଣ୍ଡ, ୧ ବଡ଼ ଚାମଚ ରସୁଣ ପେଷ୍ଟ, ୧ ଛୋଟ ଚାମଚ ହଳଦୀ, ୧/୪ କପ୍ ସୋରିଷ ତେଲ, ଆବଶ୍ୟକ ଅନୁସାରେ ଲୁଣ, ୨ ବଡ଼ ଚାମଚ ଧନିଆ ପତ୍ର, ୧ ବଡ଼ ଚାମଚ ଅଦା ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ:

ସର୍ବ ପ୍ରଥମେ ମାଛକୁ ଭଲଭାବେ ଧୋଇ ଦିଅନ୍ତୁ । ଏଥିରେ ହଳଦୀ, ଲାଲ ଲଙ୍କା ପାଉଡର, ରସୁଣ ପେଷ୍ଟ, ଅଦା ପେଷ୍ଟ, ଚାଉଳ ଗୁଣ୍ଡ, ବେସନ, ଲୁଣ ପକାଇ ଭଲଭାବେ ମିଶାନ୍ତୁ । ମାଛକୁ ଭଲଭାବେ ମ୍ୟାରିନେସନ ମସଲା ସହିତ ଯେପରି କୋଟ କରିବେ ଏବଂ ଏହାକୁ ୨୦ ମିନିଟ୍ ପାଇଁ ଅଲଗା ରଖିଦିଅନ୍ତୁ । ଏବେ ଏକ କଡ଼ାରେ ତେଲ ଗରମ କରନ୍ତୁ ଏବଂ ସେଥ୍‌ରେ ମ୍ୟାରିନେଟ କରାଯାଇଥିବା ମାଛକୁ ଫ୍ରାଏ କରନ୍ତୁ । ଦୁଇ ଆଡୁ ସୁଦେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଭଲଭାବେ କୁରକୁରା ଭାଜି ହେବା ପରେ ଧନିଆ ପତ୍ରରେ ଗାର୍ନିସ କରନ୍ତୁ । ଏହାକୁ ଚଟଣୀ ସହିତ ପରଷନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.