ଜାଣନ୍ତୁ କିପରି ତିଆରି କରିବେ ତନ୍ଦୁରି ଚିକେନ୍ ପପକର୍ଣ୍ଣ

ଆପଣମାନେ ଚିକେନ୍‌ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍‌ ପପକର୍ଣ୍ଣ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି ।

ଆପଣମାନେ ଚିକେନ୍‌ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍‌ ପପକର୍ଣ୍ଣ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି । ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ପ୍ରସ୍ତତୁି କରିବାର ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ :
୧୦୦ ଗ୍ରାମ ବୋନଲେସ୍ ଚିକେନ୍, ୧/୨ କପ୍ ଦହି, ୧/୨ କପ୍ ବ୍ରେଡ୍‌ ଖଣ୍ଡର ଗୁଣ୍ଡ, ୧ ଅଣ୍ଡା, ୧/୨ କପ୍ ମଇଦା, ୧ ଚାମଚ ଅଦା ରସୁଣ ପେଷ୍ଟ, ୧ ଚାମଚ କାସୁରି ମିଥି,୧/୨ ଚାମଚ ଜିରା ପାଉଡର, ଲୁଣ ସ୍ୱାଦ ଅନୁସାରେ, ୧/୨ ଚାମଚ ଆମ୍ବଚୁର ପାଉଡର, ୧/୨ ଚାମଚ ଲାଲ୍ ଲଙ୍କା ପାଉଡର, ୧/୨ ଚାମଚ ଗରାମ ମସଲା, ୧ ଚାମଚ ହଳଦୀ, ୧ ଚାମଚ ସୋରିଷ ତେଲ, ୧/୨ ଚାମଚ ଧନିଆ ପାଉଡର । ଏହା ସହ ଛାଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ ନିଅନ୍ତୁ ।

ଜାଣନ୍ତୁ ତନ୍ଦୁରି ଚିକେନ୍ ପପକର୍ଣ୍ଣ କିପରି ତିଆରି କରିବେ :
ଏହି ତନ୍ଦୁରି ଚିକେନ୍ ପପକର୍ଣ୍ଣ ତିଆରି କରିବା ପାଇଁ ପ୍ରଥମେ ଦହି ନିଅନ୍ତୁ ଏବଂ ସେଥିରେ ସମସ୍ତ ମସଲା ଏବଂ ସୋରିଷ ତେଲ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହା ପରେ ସେହି ମିଶ୍ରଣକୁ ବୋନଲେସ୍ ଚିକେନ୍ ଖଣ୍ଡରେ ପକାଇ ଭଲ ଭାବରେ ମିଶାନ୍ତୁ । ଏହା ପରେ ସେହି ସବୁ ଚିକେନ୍ ଖଣ୍ଡକୁ ମଇଦାରେ ଗୋଳାନ୍ତୁ, ତା’ପରେ ସେହି ଚିକେନ୍‌କୁ ଅଣ୍ଡା ମିଶାନ୍ତୁ । ସେହି ଚିକେନ୍‌କୁ ଅଣ୍ଡାରେ ବୁଡାଇ ସାରିଲା ପରେ ତାକୁ ଗ୍ରାଇଣ୍ଡ କରି ନେଇଥିବା ବ୍ରେଡ୍‌ ଗୁଣ୍ଡରେ ମିଶାନ୍ତୁ । ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାନ୍ତୁ ଏବଂ ସେଥିରେ ଛଣିବା ପାଇଁ ଆପଶ୍ୟକ ଅନୁସାରେ ତେଲ ନିଅନ୍ତୁ ଏବଂ ଛାଣନ୍ତୁ । ହେଲେ ଦେଖିବେ ଯେପରି ଏହା କ୍ରିସ୍ପ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହା ପରେ ସେହି ତନ୍ଦୁରି ଚିକେନ୍‌ ପପକର୍ଣ୍ଣକୁ ଟେଷ୍ଟ କରନ୍ତୁ, ଦେଖିବେ ଏହା ଖାଇବା ପାଇଁ କେତେ ସୁଆଦିଆ ଲାଗିବ । ସେ ପିଲା ହେଉ କିମ୍ବା ବଡ ସମସ୍ତଙ୍କୁ ଏହି ରେସିପି ବହୁତ ପସନ୍ଦ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.