Below header

ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୀରେ ହୋଇଛି ବାଇକ୍ ରାଲି, ସାମିଲ ହେଲେ ଶହ ଶହ ଭକ୍ତ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ପୁରୀରେ ହେଇଛି ବାଇକ୍ ରାଲି । ଜୟ ଶ୍ରୀ ରାମ, ଜୟ ସୀତା ରାମ, ଜୟ ବଜରଙ୍ଗବାଲି ଧ୍ଵନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ନବକଳେବର ରୋଡ଼ ସ୍ଥିତ ଆଖଣ୍ଡଳମଣି ମନ୍ଦିର ସମ୍ମୁଖରୁ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା ।

ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି । ସାଧୁସନ୍ଥଙ୍କ ଗହଳିରେ ଉଛୁଳୁଛି ଅଯୋଧ୍ୟା ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ପୁରୀରେ ହେଇଛି ବାଇକ୍ ରାଲି । ଜୟ ଶ୍ରୀ ରାମ, ଜୟ ସୀତା ରାମ, ଜୟ ବଜରଙ୍ଗବାଲି ଧ୍ଵନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ନବକଳେବର ରୋଡ଼ ସ୍ଥିତ ଆଖଣ୍ଡଳମଣି ମନ୍ଦିର ସମ୍ମୁଖରୁ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ପ୍ରବକ୍ତା ଡ଼ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତୃତ୍ଵ ମଧ୍ୟ ଉପସ୍ଥିତ ଥିଲେ ।

ସମଗ୍ର ଶ୍ରୀକ୍ଷେତ୍ରରେ ରାମମୟ ପରିବେଶ ସୃଷ୍ଟି ହୋଇଥିଲା । ଯିଏ ରାମ ସେ ହିଁ କୃଷ୍ଣ ସେ ହିଁ ଜଗନ୍ନାଥ । ରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତି କାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଆଉ ଏହି ପରମ୍ପରାକୁ ଭିତ୍ତି କରି ଶ୍ରୀକ୍ଷେତ୍ରରେ ସାହି ଯାତ ମଧ୍ୟ ଅନୁଷ୍ଠିତ ହୋଇଥାଏ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପାଇଁ ସମସ୍ତ ଆଜି ସମସ୍ତେ ଏକାକାର ହୋଇଥିଲେ । ଆଖଣ୍ଡଳମଣି ମନ୍ଦିର ସମ୍ମୁଖରୁ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ବାହାରି ବଡ଼ଦାଣ୍ଡ ଦେଇ ମରିଚିକୋଟ ଛକ ଯାଇ ପୁନଶ୍ଚ ଏହା ପ୍ରତ୍ୟାବର୍ତ୍ତନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.