ଚୁଟିରେ ରାମଙ୍କ ରଥ ଟାଣି ଟାଣି ଅଯୋଧ୍ୟାରେ ପହଞ୍ଚିଲେ ଏହି ଭକ୍ତ, ଅପୂର୍ବ ଭକ୍ତିର ଦେଲେ ଉଦାହରଣ

ରାମ ଭକ୍ତଙ୍କ ମଧ୍ୟରେ ଅନନ୍ୟ ଭକ୍ତ ହେଉଛନ୍ତି ବାବା ବଦ୍ରି । ମଧ୍ୟପ୍ରଦେଶର ଦମୋହସ୍ଥିତ ବାଟିଆଗଡରୁ ରାମ ଭକ୍ତ ବଦ୍ରି ବାବା, ପାଞ୍ଚଶହ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ।

ଆସନ୍ତା କାଲିର ସୂର୍ଯ୍ୟକୁ ସମଗ୍ର ଦେଶବାସୀଙ୍କ ଅପେକ୍ଷା । କାରଣ ପୂରଣ ହେବାକୁ ଯାଉଛି ଦୀର୍ଘ ୫ ଶହ ବର୍ଷର ସ୍ୱପ୍ନ । ଏନେଇ ସଜେଇ ହେଉଛି ଅଯୋଧ୍ୟା । ସମଗ୍ର ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଉତ୍ସବକୁ ମନେ ରଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ସମୟରେ ରାମ ଭକ୍ତଙ୍କ ବିଭିନ୍ନ ପ୍ରକାରର କାହାଣୀ ମଧ୍ୟ ସାମ୍ନାକୁ ଆସୁଛି । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ ହେଉଛି । ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଏହାରି ମଧ୍ୟରେ ଜଣେ ରାମ ଭକ୍ତଙ୍କ ଅପୂର୍ବ କାରନାମ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ରାମ ଭକ୍ତଙ୍କ ମଧ୍ୟରେ ଅନନ୍ୟ ଭକ୍ତ ହେଉଛନ୍ତି ବାବା ବଦ୍ରି । ମଧ୍ୟପ୍ରଦେଶର ଦମୋହସ୍ଥିତ ବାଟିଆଗଡରୁ ରାମ ଭକ୍ତ ବଦ୍ରି ବାବା, ପାଞ୍ଚଶହ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଅଯୋଧ୍ୟା ଯାତ୍ରା ତ ଅନେକ ଲୋକ କରୁଛନ୍ତି କିନ୍ତୁ ଏହି ବାବା କିଛି ଭିନ୍ନ ଭାବେ ଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ନିଜ ଚୁଟିରେ ରାମଙ୍କ ରଥକୁ ଟାଣି ଟାଣି ଅଯୋଧ୍ୟାରେ ପହଞ୍ଚିଛନ୍ତି ।

ଅନେକ ଅନ୍ତର୍ଜାତୀୟ ଟେଲିଭିଜନ ସୋ’ରେ ବଦ୍ରି ବିଶ୍ୱକର୍ମାଙ୍କୁ ଷ୍ଟଣ୍ଟ୍ କରୁଥିବାର ଲୋକମାନେ ଦେଖିଥିବେ । କିନ୍ତୁ ପ୍ରଭୁ ରାମଙ୍କର ସେ ଜଣେ ମହାନ ଭକ୍ତ ତାହା ଏବେ ଜଣା ପଡ଼ିଛି । ସେ ନିଜ ଚୁଟିରେ ରାମଙ୍କ ରଥ ଟାଣି ପାଖାପାଖି ପାଞ୍ଚଶହ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ସମୟ ମଧ୍ୟରେ, ସେ ପ୍ରତିଦିନ ପାଦରେ ପ୍ରାୟ ପଚାଶ କିଲୋମିଟରରୁ ଅଧିକ ଯାତ୍ରା କରିଥିଲେ ।

ସେ ନିଜ ଚୁଟି ସାହାଯ୍ୟରେ ରାମଙ୍କ ରଥ ଟାଣି ଟାଣି ଅଯୋଧ୍ୟାରେ ପହଞ୍ଚି ନିଜର ସଂକଳ୍ପ ପୂରଣ କରିଛନ୍ତି । ବଦ୍ରି ବିଶ୍ୱକର୍ମାଙ୍କର ଏହି ଯାତ୍ରା ସମୟରେ ଅନେକ ଲୋକ ତାଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ତେବେ ବଦ୍ରିଙ୍କ ଭକ୍ତି ଭାବନାକୁ ଦେଖିବା ପରେ ଲୋକମାନେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଆସନ୍ତା କାଲି ଅଯୋଧ୍ୟାରେ ଆୟୋଜିତ ହେବ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ରାମ ମନ୍ଦିର ପାଇଁ ଦେଶର ସବୁ ସ୍ଥାନରୁ ରାମଲାଲାଙ୍କ ପାଇଁ ଅନେକ ଉପହାର ଆସୁଛି । ଉପହାରରେ କିଏ ଲକ୍ଷ ଲକ୍ଷ ଟଙ୍କା ଦେଉଛି ତ କିଏ ସୁନା ଓ ରୂପା ଦେଉଛନ୍ତି । ତେବେ ଏହି ସବୁ ଉପହାର ମଧ୍ୟରେ କେବଳ ଗୋଟିଏ ହି ସମାନତା ରହିଛି ଏବଂ ତାହା ହେଉଛି ଭଗବାନ ଶ୍ରୀରାମଙ୍କର ପ୍ରତି ଦେଶବାସୀଙ୍କ ଭକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.