ଆସାମ: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ବସ୍‌ ଅଟକାଇଲେ ଲୋକେ, କଂଗ୍ରେସ ନେତା ଦେଲେ Flying Kiss

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଯାତ୍ରା ଏହି ସମୟରେ ଆସାମ ଦେଇ ଯାଉଛି । କିନ୍ତୁ ଆଜି ରାଜ୍ୟର ସୋନିତପୁର ଜିଲ୍ଲାରେ ରାହୁଲ ଗାନ୍ଧିଙ୍କ ବସ୍‌କୁ କିଛି ଲୋକ ଅଟକାଇ ଦେଇଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଯାତ୍ରା ଏହି ସମୟରେ ଆସାମ ଦେଇ ଯାଉଛି । କିନ୍ତୁ ଆଜି ରାଜ୍ୟର ସୋନିତପୁର ଜିଲ୍ଲାରେ ରାହୁଲ ଗାନ୍ଧିଙ୍କ ବସ୍‌କୁ କିଛି ଲୋକ ଅଟକାଇ ଦେଇଥିଲେ । ଯେତେବେଳେ ଲୋକେ ବିରୋଧ ପ୍ରଦର୍ଶନ କରି ବସ୍‌ ସାମ୍ନାକୁ ଆସିଥିଲେ, ସେତେବେଳେ କଂଗ୍ରେସ ନେତା ବସ୍‌ରୁ ଓହ୍ଲାଇ ପଡ଼ିଥିଲେ । ଯଦିଓ ସୁରକ୍ଷାକର୍ମୀମାନେ ରାହୁଲଙ୍କୁ ବସ୍‌କୁ ପଠାଇ ଦେଇଥିଲେ ।

ରାହୁଲ ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ସମସ୍ତଙ୍କ ପାଇଁ ପ୍ରେମର ଦୋକାନ ଖୋଲିଛି । ଯୋଡ଼ି ହେବ ଭାରତ, ଜିତିବ ହିନ୍ଦୁସ୍ତାନ’ । ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି, ଲୋକମାନେ ବିରୋଧ ପ୍ରଦର୍ଶନ କରି ରାହୁଲଙ୍କ ବସ୍‌ ସହିତ ଚାଲିଛନ୍ତି । ଏହି ସମୟରେ ରାହୁଲ ବସ୍‌ରୁ ଓହ୍ଲାଇ ପଡ଼ୁଛନ୍ତି । ଯଦିଓ ସୁରକ୍ଷାକର୍ମୀମାନେ ତାଙ୍କୁ ବସ୍‌ରେ ବସିବା ପାଇଁ କହୁଛନ୍ତି ।

କହି ରଖୁଛୁ, ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ କରି ରାସ୍ତାରେ ଯାଉଥିବା କିଛି ଲୋକଙ୍କ ହାତରେ ବିଜେପି ପତାକା ରହିଥିଲା । ଭିଡ଼ରେ ଥିବା ଲୋକମାନେ ରାହୁଲ ଗାନ୍ଧିଙ୍କ ବସ୍‌ ଆଗକୁ ଚାଲି ଆସିଥିଲେ । ଏହାପରେ ରାହୁଲ ବସ୍‌ରୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ କଂଗ୍ରେସ ନେତା ବସ୍‌ ଅଟକାଇବାକୁ କହିଥିଲେ, ଯାହା ପରେ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ ।

ସେପଟେ କଂଗ୍ରେସ ଦାବି କରିଛି ଯେ ସୋନିତପୁରରେ ଦଳର ବରିଷ୍ଠ ନେତା ଜୟରାମ ରମେଶଙ୍କ କାର୍‌ ଏବଂ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର କ୍ୟାମେରା କ୍ରୁଙ୍କ ଉପରେ ଆକ୍ରମଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.