Below header

ଜୀବନ ସଂଘର୍ଷ : ଜଣେ ରାସ୍ତାରେ ଗଡି ଗଡି ଯାଉଛନ୍ତି ତ ଆଉ ଜଣେ ଠେଲା ଗାଡିରେ

ସତରେ ଏ ଚିତ୍ରକୁ ଯିଏ ଦେଖୁଥିଲା ମଦ ବ୍ୟଥିତ ହୋଇଯାଉଥିଲା । ଆଉ ଆପଣ ବି ଏହି ଦୃଶ୍ୟ ଦେଖି ନିହାତି ଭାବେ ନିଜକୁ ରୋକି ପାରିବେନି ।

ଭଞ୍ଜନଗର (କେନ୍ୟୁଜଓଡିଶା) : ରାସ୍ତାରେ ଆଗରେ ଜଣେ ଗଡି ଗଡି ଯାଉଛି । ଏବଂ ଆଉ ଜଣେ ଏକ ଠେଲାଗାଡିରେ ପଛେ ପଛେ ଯାଉଛନ୍ତି । ଏମାନଙ୍କୁ ଯିଏ ବି ଦେଖୁଛି ଚମକି ପଡି ଅଟକି ଯାଉଛନ୍ତି । ଜୀବନ କଣ ଆଉ ଜୀବନରେ ବଞ୍ଚିବା ପାଇଁ କଣ ସଂଗ୍ରାମ କରିବାକୁ ପଡେ, ବୋଧ ହୁଏ ୟାଠୁ ବଡ ଉଦାହରଣ ଆଉ କିଛି ହୋଇପାରେନା । ସତରେ ଏ ଚିତ୍ରକୁ ଯିଏ ଦେଖୁଥିଲା ମଦ ବ୍ୟଥିତ ହୋଇଯାଉଥିଲା । ଆଉ ଆପଣ ବି ଏହି ଦୃଶ୍ୟ ଦେଖି ନିହାତି ଭାବେ ନିଜକୁ ରୋକି ପାରିବେନି ।

ଜନଗହଳିପୂର୍ଣ୍ଣ ରାସ୍ତା ହେଉ କିମ୍ବା ଯାନବାହାନ ଚଳାଚଳ ମୁଖ୍ୟରାସ୍ତା ହେଉ । ଜଣେ ଆଗରେ ଗଡିଗଡି ଯାଉଛି , ଆଉ ଜଣେ ଠେଲାଗାଡିରେ ଯାଉଛି । ଉଭୟେ ଦୁଇ ଭାଇ ଭିନ୍ନକ୍ଷମ। ରାସ୍ତାରେ ବୁଲି ବୁଲି ଭିକ୍ଷା ବୃତ୍ତି କରନ୍ତି । ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ଦୁଏ ସେଥିରେ ଏମାନେ ଦୁଃଖେକଷ୍ଟେ ଚଳିଯାନ୍ତି ।

ଦେଖନ୍ତୁ ଏମାନଙ୍କ ସାଥିରେ ଅଛନ୍ତି ଜଣେ ସହଯୋଗୀ । ଯିଏକି ଉଭୟଙ୍କ ଭିତରୁ ଜଣକୁ , ଟାଣି ଟାଣି ନିଏ ଏବଂ ଦୁଇ ଭାଇଙ୍କ ଦେଖାଶୁଣା କରେ । ଇଏ ପୁଣି କୌଣସି ମାଗରାରେ ନୁହେଁ ଏଥିପାଇଁ ସହଯୋଗୀ ଯୁବକ ଦୈନିକ ୩୦୦ ଟଙ୍କା ପାରିଶ୍ରମିକ ଦିଅନ୍ତି , ଦୁଇଭାଇ । ଭିକ୍ଷା ବୃତ୍ତିରୁ , ଆଉ ଯାହା ବଳକା ହୁଏ , ସେଥିରେ ଦୁଇଭାଇଙ୍କ ପେଟକୁ ଦାନା ଯୋଗାଡ ହୁଏ ।

ଏମିତି ଏକ ଦୃଶ୍ୟ , ଖବର ସଂଗ୍ରହ ବେଳେ ଗଂଜାମ ଜିଲ୍ଲା ଆସିକା ସହରରେ ଆମ ନଜର କୁ ଆସିଥିଲା । ଯାହାକି ଅତି ହୃଦୟ ବିଦାରକ ମନେ ହେଉଥିଲା । ସେମାନଙ୍କୁ ପଚାରିବା ପରେ ଜଣା ପଡିଲା , ସମସ୍ତେ ବିହାର ରୁ ଆସିଛନ୍ତି । ଏଭଳି ଭାବରେ ଭିକ୍ଷା ବୃତ୍ତି କରିବା ପାଇଁ ସେମାନେ ବିହାର ବ୍ୟତୀତ , ବିଭିନ୍ନ ରାଜ୍ୟକୁ ବୁଲିଥାନ୍ତି । ଏହି ଘଟଣା କୁ ଦେଖୁଥିବା ଲୋକେ ଏବଂ ବୁଦ୍ଧିଜୀବୀ ମାନେ ଏସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଥିଲେ ।

ବାହାର ରାଜ୍ୟରୁ ବହୁ ରାସ୍ତା ଅତିକ୍ରମ କରି ଏମାନେ ଆସିଥିବା ବେଳେ ଏମାନଙ୍କ ଏଭଳି ଦୁଃଖଦାୟକ ପରିସ୍ଥିତି ପ୍ରତି କାହାର ନଜର ପଡୁନାହିଁ କେମିତି । ରାସ୍ତାରେ ଯାଉଥିବା ଲୋକେ କିଛି ପଇସା ଦେଇ , ଚାହିଁ ରହିବା ବ୍ୟତୀତ ଏମାନଙ୍କ ପ୍ରତି ସମବେଦନା ସୃଷ୍ଟି ସୃଷ୍ଟି ହେଉନାହିଁ କାହିଁକି । କେବଳ ସେତିକି ନୁହେଁ , ଏଭଳି ଦୃଶ୍ୟ ରାସ୍ତାରେ ଯାଉଥିବା ସାଧାରଣ ଲୋକ  ଏବଂ କୋମଳମତୀ ପିଲାଙ୍କ  ମାନସିକତାକୁ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ । ଏଣୁ ଏଭଳି ଭିକ୍ଷାବୃତ୍ତି କରୁଥିବା ଭିନ୍ନକ୍ଷମ ମାନଙ୍କ ପ୍ରତି , ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.