କଙ୍ଗନା ରାଣାୱତ ଅଯୋଧ୍ୟାକୁ କହିଲେ ‘ଦେବ ଲୋକ’, ଶାଢି ପିନ୍ଧି ହନୁମାନ ଗଡ଼ି ମନ୍ଦିରରେ ମାରିଲେ ଝାଡ଼ୁ

କଙ୍ଗନା ରାଣାଓ୍ଵତ ନାଲି ଓ ଗୋଲ୍ଡେନ୍‌ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିଲେ । ସେ ନିଜର ଲୁକ୍‌କୁ ସୁନା ଅଳଙ୍କାର, ଜୁଡା ଏବଂ ଏକ ବଡ଼ ନାଲି ଟିକିଲି ସହିତ କମ୍ପ୍ଲିଟ୍‌ କରିଥିଲେ । କଙ୍ଗନା ସଜେଇ ହୋଇ ହନୁମାନ ମନ୍ଦିରରେ ସେବା କରିଥିଲେ ଏବଂ ମନ୍ଦିରର ପ୍ରତ୍ୟେକ କୋଣରେ ଝାଡ଼ୁ ମାରିଥିଲେ ।

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଜାନୁୟାରୀ ୨୨ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହାପୂର୍ବରୁ ସେ ରାମ ଭକ୍ତିରେ ଲୀନ ହୋଇଥିବା ଦେଖିବାକୁ ମିଳିଥିଲା । କଙ୍ଗନା ଅଯୋଧ୍ୟାରେ ପହଞ୍ଚିବା ମାତ୍ରେ ହନୁମାନ ଗଡ଼ିରେ ଦର୍ଶନ କରି ସେଠାରେ ଝାଡ଼ୁ ମାରିଥିଲେ । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ କଙ୍ଗନା ରାଣାଓ୍ଵତ ନାଲି ଓ ଗୋଲ୍ଡେନ୍‌ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଛନ୍ତି । ସେ ନିଜର ଲୁକ୍‌କୁ ସୁନା ଅଳଙ୍କାର, ଜୁଡା ଏବଂ ଏକ ବଡ଼ ନାଲି ଟିକିଲି ସହିତ କମ୍ପ୍ଲିଟ୍‌ କରିଥିଲେ । ସେ ପାରମ୍ପରିକ ଅବତାରରେ ବହୁତ ସୁନ୍ଦର ଦେଖା ଯାଉଥିଲେ । କଙ୍ଗନା ସଜେଇ ହୋଇ ହନୁମାନ ମନ୍ଦିରରେ ସେବା କରିଥିଲେ ଏବଂ ମନ୍ଦିରର ପ୍ରତ୍ୟେକ କୋଣରେ ଝାଡ଼ୁ ମାରିଥିଲେ । ସେପଟେ ହନୁମାନ ଗଡ଼ିରେ ପହଞ୍ଚିବା ପୂର୍ବରୁ କଙ୍ଗନା ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ ।

ଏହାର କିଛି ଫଟୋ ସେ ନିଜ ଇନଷ୍ଟାରେ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀ ଶ୍ରୀ ରାମଭଦ୍ରାଚାର୍ଯ୍ୟଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ଆସ ମୋର ରାମ । ଆଜି ପରମ ପୂଜନୀୟ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀଙ୍କୁ ଭେଟିଲି ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ କଲି । ତାଙ୍କ ଦ୍ୱାରା ଆୟୋଜିତ ଶାସ୍ତ୍ରଭତ୍‌ ସାମୂହିକ ହନୁମାନ ଜୀ ଯଜ୍ଞରେ ଭାଗ ନେବାର ସୁଯୋଗ ମିଳିଲା । ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ସ୍ୱାଗତରେ ସବୁ ରାମମୟ ହୋଇଛି । କାଲି ଅଯୋଧ୍ୟାର ରାଜା ଦୀର୍ଘ ଦିନର ବନବାସ ପରେ ନିଜ ଘରକୁ ଆସୁଛନ୍ତି । ଆସ ମୋର ରାମ, ଆସ ମୋର ରାମ’ । ସେ ଆହୁରି ମଧ୍ୟ କହିଥିଲେ କି, ‘ଏମିତି ଲାଗୁଛି, ଯେମିତି ଆମେ ଦେବ ଲୋକରେ ପହଞ୍ଚି ଯାଇଛୁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.