ସାମ୍ନାକୁ ଆସିଲା Realme 12 Pro ସିରିଜର ଲଞ୍ଚ ଡେଟ୍, ଜାଣନ୍ତୁ କ’ଣ ରହିଛି ସ୍ପେସିଫିକେସନ ଏବଂ ଫିଚର୍ସ

ଯଦି ଆପଣଙ୍କୁ Realme ସ୍ମାର୍ଟଫୋନ ପସନ୍ଦ, ତେବେ ଆପଣ Realme 12 pro max, Realme 12 pro ଏବଂ Realme 12 pro+ ଫୋନ୍ ବିଷୟରେ ଏଠାରେ ଦିଆଯାଇଥିବା ସୂଚନା ନିଶ୍ଚିତ ପଢନ୍ତୁ । ଏଠାରେ ଆମେ ଆପଣଙ୍କୁ Realmeର ଏହି ଅପକମିଂ ଫୋନଗୁଡ଼ିକ ବିଷୟରେ ଡିଟେଲ୍ସ ଜଣାଇବୁ ।

Realme ଏହାର ଅପକମିଂ Realme 12 pro ସିରିଜର ଲଞ୍ଚ ଡେଟ ନିଶ୍ଚିତ କରିଛି । ଏହି ସିରିଜ୍ ଜାନୁଆରୀ ୨୯ରେ ତିନୋଟି ଭରିଆଣ୍ଟରେ Realme 12 pro max, Realme 12 pro ଏବଂ Realme 12 pro+ ଲଞ୍ଚ ହେବ । ଏହା ସହିତ, ଲଞ୍ଚ ହେବା ପୂର୍ବରୁ Realme 12 pro ସିରିଜର ଡିଟେଲ୍ସ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ପ୍ରକାଶ ପାଇଛି । ଯଦି ଆପଣଙ୍କୁ Realme ସ୍ମାର୍ଟଫୋନ ପସନ୍ଦ, ତେବେ ଆପଣ Realme 12 pro max, Realme 12 pro ଏବଂ Realme 12 pro+ ଫୋନ୍ ବିଷୟରେ ଏଠାରେ ଦିଆଯାଇଥିବା ସୂଚନା ନିଶ୍ଚିତ ପଢନ୍ତୁ । ଏଠାରେ ଆମେ ଆପଣଙ୍କୁ Realmeର ଏହି ଅପକମିଂ ଫୋନଗୁଡ଼ିକ ବିଷୟରେ ଡିଟେଲ୍ସ ଜଣାଇବୁ ।

Realme 12 Pro Max ସ୍ପେସିଫିକେସନ:

Realmeର ଏହି ଫୋନ୍ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଲିଷ୍ଟ ହୋଇଛି, ଯାହା 91 mobile ରେ ମଧ୍ୟ ଦେଖାଯାଇଛି । ଯେଉଁଠାରେ କୁହାଯାଇଛି ଯେ Realme 12 pro max ଫୋନ୍ ଏକ ମିଡ ରେଞ୍ଜ୍ ଫୋନ୍ ହେବ ଏବଂ ଏଥିରେ 8GB RAM ଏବଂ 256GB ଷ୍ଟୋରେଜ୍ ମିଳିବ । Realme ଏହି ଫୋନକୁ ସବମିରନ ବ୍ଲୁ କଲରରେ ମଧ୍ୟ ଲଞ୍ଚ କରିବ । ଏହା ବ୍ୟତୀତ ଏହାର 8GB RAM + 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୩୩,୯୯୯ ଟଙ୍କା ଏବଂ 12GB RAM + 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ରହିବ ।

Realmeର ଏହି ଉଭୟ ଫୋନ୍ 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ ଅପ୍ସନରେ ମଧ୍ୟ ଲଞ୍ଚ ହେବ । ଏଥିସହ, ଏହି ଫୋନ୍ ଗୁଡିକ ସବମରିଇନ୍ ବ୍ଲୁ ଏବଂ ନେବିଗେଟର୍ ବେଜ୍ ରଙ୍ଗରେ ମିଳିବ । Realme 12 proରେ OIS, 32MP ଟେଲିଫୋଟୋ ଲେନ୍ସ ଏବଂ 8MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ 50MP ସୋନି IMX890 ପ୍ରାଇମେରୀ ସେନ୍ସର ସହିତ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ ।

ଅନ୍ୟ ପଟେ, Realme 12 pro+ ରେ OIS, 64MP ଟେଲିଫୋଟୋ ଲେନ୍ସ ଏବଂ 8MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ 50MP ସୋନି IMX890 ପ୍ରାଇମେରୀ ସେନ୍ସର ରହିବ । ଏହି ଫୋନ୍ ସ୍ନାପଡ୍ରାଗନ୍ 7s Gen 2 ଚିପସେଟ ସହିତ ଆସିବ ଏବଂ ଏଥିରେ ତିନୋଟି କଲର ଅପ୍ସନ ରହିବ: ଏକ୍ସଟିର ରେଡ୍, ସବମରିନ୍ ବ୍ଲୁ ଏବଂ ନେବିଗେଟର୍ ବେଜ୍ । ଏହା ସହିତ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ମଧ୍ୟ ଏହି ଫୋନଗୁଡ଼ିକ ପାଇଁ ମାଇକ୍ରୋସାଇଡ ଡେବଲପ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.